ଗଣିଆରେ ଉଲ୍ଲାସ ପରୀକ୍ଷା ଦେଲେ ୧୩୬୨ ଜଣ ପରୀକ୍ଷାର୍ଥୀ

ଗଣିଆ (ବିଶ୍ୱରଂଜନ ସେଠି ) ଯେଉଁ ବୟସ୍କ ବ୍ୟକ୍ତିମାନେ (୧୫ ବର୍ଷକିମ୍ବା ତା’ଠାରୁ ଅଧିକ ବୟସ୍କ) ପିଲାଦିନେ ଆନୁଷ୍ଠାନିକ ଶିକ୍ଷା ପାଇବାରୁବଞ୍ଚିତ ହୋଇଛନ୍ତି ଏବଂ ଅଣ-ସାକ୍ଷର ହୋଇ ରହିଯାଇଛନ୍ତି,ସେମାନଙ୍କୁମୌଳିକ ସାକ୍ଷରତା ପ୍ରଦାନ କରିବା ଏବଂ ପରୀକ୍ଷା ମାଧ୍ୟମରେ ସେମାନଙ୍କଦକ୍ଷତା ମାପିବା ପାଇଁ ସରକାରଙ୍କ ତରଫରୁ ନବ ଭାରତ କାର୍ଯ୍ୟକ୍ରମ
ଆରମ୍ଭ କରାଯାଇଛି । ଏହି ପରୀକ୍ଷାରେ ମୁଖ୍ୟତଃ ତିନୋଟି ବିଷୟ ଉପରେଗୁରୁତ୍ବ ଦିଆଯାଏ – ପଢ଼ିବା, ଲେଖୁବା ଏବଂ ସାଧାରଣ ଗଣିତ । ଏହାସହିତ ସେମାନଙ୍କୁ ଆଧୁନିକ ଡିଜିଟାଲ୍ ସାକ୍ଷରତା ଓ ଆର୍ଥିକ କାରବାର(ଯେପରିକି ବ୍ୟାଙ୍କିଙ୍ଗ୍) ବିଷୟରେ ମଧ୍ଯ ଅବଗତ କରାଯାଏ ।

ସ୍ଥାନୀୟ ସରକାରୀ ବିଦ୍ୟାଳୟଗୁଡ଼ିକରେ ବର୍ଷକୁ ଦୁଇଥର ଏହି ପରୀକ୍ଷା କରାଯାଇଥାଏ । ଏଥୁରେ ସଫଳ ହେଉଥ‌ିବା ଶିକ୍ଷାର୍ଥୀମାନଙ୍କୁ ସରକାରଙ୍କତରଫରୁ ଏକ ଆନୁଷ୍ଠାନିକ ସାକ୍ଷରତା ପ୍ରମାଣପତ୍ର ପ୍ରଦାନ କରାଯାଏ । ଏହିକାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟସ୍ଵେଚ୍ଛାସେବୀମାନେ ଶିକ୍ଷକ ସାଜି ନିରକ୍ଷର ବ୍ୟକ୍ତିମାନଙ୍କୁପଢ଼ାଇବାରେସାହାଯ୍ୟ କରିଥାନ୍ତି ।ଗଣିଆ ବ୍ଳକରେ ଏହି ଉଲ୍ଲାସ ପରୀକ୍ଷା ୧୩୬୨ ଜଣ ଦେଇଥ‌ିବା ଜଣାପଡିଛି ସେଥୁରୁ ଆଡକଟା କ୍ଲଷ୍ଟରର ୧୫୦ ଜଣ, ଛାମୁଣ୍ଡିଆ କ୍ଲଷ୍ଟରର ୩୨୭
ଜଣ,ଗଣିଆ କ୍ଲଷ୍ଟରର ୨୫୭ ଜଣ, ଗୋଛାବାରୀ କୃଷ୍ଟରରେ ୧୨୩ ଜଣ,କିଶୋର ପ୍ରସାଦ କୃଷ୍ଟରରେ ୨୪୨ ଜଣ ଏବଂ ରାସଙ୍ଗ କ୍ଲଷ୍ଟରରେ ୨୬୩ଜଣ ପରୀକ୍ଷା ଦେଇଥ‌ିବା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସିବିନୋଦିନୀ ପଣ୍ଡା ପ୍ରକାଶ କରିଛନ୍ତି । କ୍ଲଷ୍ଟରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।