ପାନାବେଡା ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ତାଲିମ ଶିବିର ଶୁଭାରମ୍ଭ
ଚନ୍ଦାହାଣ୍ଡି ତା -(ନି ପ୍ର) ନବରଙ୍ଗପୁର ଜିଲ୍ଲା ପାନାବେଡା ସ୍ନାତକ ମହାବିଦ୍ୟାଳୟ ଚନ୍ଦାହାଣ୍ଡିରେ ଆତ୍ମ ସୁରକ୍ଷା ତାଲିମ ଶିବିର ର ଶୁଭାରମ୍ଭ ହୋଇଯାଇଛି l ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱାରିକାନାଥ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆତ୍ମ ସୁରକ୍ଷା ତାଲିମ ଶିବିର ରେ ସମ୍ମାନିତ ଅତିଥି ରୂପେ ଇଂରାଜୀ ଅଧ୍ୟାପକ ଚତୁର୍ଭୁଜ ମେହେର, ସମାଜସେବୀ ପୀତାମ୍ବର ସୋରୀ, ଓଡ଼ିଆ ଅଧ୍ୟାପିକା ଦୁର୍ମିଳା ବାଘ, ମାଷ୍ଟର ଟ୍ରେନର ପ୍ରତିମା ଦୁରିଆ ଜୟା ସାନ୍ତା ମଞ୍ଚାସୀନ ରହି ଛାତ୍ର ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ପାଇଁ କିଭଳି ମୁକାବିଲା କରିବେ ଓ ନିଜର ସୁରକ୍ଷା କରିବେ ଏ ନେଇ ଉପସ୍ଥିତ ଅତିଥି ମାନେ ସଭାସ୍ଥିତ ଛାତ୍ରୀ ମାନଙ୍କୁ ନିଜର ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ ଓ ତାଲିମ ଦାତ୍ରୀ ମାନେ ତାଲିମ କେନ୍ଦ୍ରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ଆଜିଠାରୁ ପ୍ରାରମ୍ଭ ହୋଇ ସାତ ଦିନ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ମିଳିଥିବା ବେଳେ ଏହି ତାଲିମ ଶିବିରରେ ଭାଗ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ମାନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ନେଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୂଚନା ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଖେଳ ଶିକ୍ଷକ, ମୁଖ୍ୟ କିରାଣୀ ହରିଶ୍ଚନ୍ଦ୍ର ସାହୁ,ଗ୍ରନ୍ଥାଗାରିକ ସେମନ ଲାଲ ସାହୁ, ଡିଇଓ କମଳଲୋଚନ ବାଘ, ରାଜେନ୍ଦ୍ର ସୁନାନୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ l