ସମାଜସେବୀ ବିଭୁତି ଭୂଷଣ ମହାନ୍ତିଙ୍କ ଦେହାନ୍ତ
ମାହାଙ୍ଗା -୨୩/୫ ବିରୂପା-ଗେଙ୍ଗୁଟୀ ଦ୍ବିପାଞ୍ଚଳ ଅନ୍ତର୍ଗତ ସାହାପୁର ପଞ୍ଚାୟତ ବାଲିପଡ଼ିଆ ଗ୍ରାମର ବର୍ଷିଆନ ମୁରବୀ,ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ପୁରୋଧା, ରାଜ୍ୟ ପଶୁ ପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗର ଅବସରପ୍ରାପ୍ତ ଧର୍ମପ୍ରାଣ ବିଭୁତି ଭୂଷଣ ମହାନ୍ତିଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ପରଲୋକ ଘଟିଛି l
ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା l ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ, ଆଧ୍ୟାତ୍ମିକବାଦୀ ବ୍ୟକ୍ତିଭାବେ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ଥିଲେ l ଏହି ବର୍ଷିଆନ ପୁରୁଷଙ୍କ ବିୟୋଗରେ ମାହାଙ୍ଗା ଅଂଚଳରେ ଶୋକର ଛାୟା ଖେଳିଯାଇଛି l
ସ୍ବର୍ଗତ ମହାନ୍ତିଙ୍କ ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିମାନେ ତା’ଙ୍କ ବାସଭବନରେ ପହଂଚି ଶବାଧାରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ l
ସମାଜସେବୀ ଜ୍ଞାନେନ୍ଦ୍ର ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସ୍ୱାଧୀନ ମହାନ୍ତି, ବନବିହାରୀ ମହାନ୍ତି, ସମରେନ୍ଦ୍ର ମହାନ୍ତି, କାମିନୀକାନ୍ତ ମହାନ୍ତି,ନିଲୁ ମହାନ୍ତି, ପ୍ରକାଶ କୁମାର ମହାନ୍ତି,ସ୍ଥାନୀୟ ସରପଞ୍ଚ ଶାରଦା ପ୍ରସାଦ ମହାନ୍ତି,ଶିକ୍ଷାବିତ ଅକ୍ଷୟ କୁମାର ପାଣି,ସମାଜସେବୀ ଦେବେନ୍ଦ୍ର କୁମାର ସାହୁ,ସାମ୍ବାଦିକ ଅଖିଳେଶ ପଦ ମହାନ୍ତି,ରବୀନ୍ଦ୍ର କୁମାର ସିଂ, ଅଲେଖ ପ୍ରସାଦ ସ୍ୱାଇଁ,ସରୋଜକାନ୍ତ ପରିଡା,ଲୋକନାଥ ପରିଡା, ମନୋରଞ୍ଜନ ସାଥୁଆ ପ୍ରମୁଖ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ l
ସାନପୁଅ ସୁନୀଲ କୁମାର ମହାନ୍ତି ବାପାଙ୍କୁ ମୁଖାଗ୍ନି ଦେଇଥିବା ବେଳେ, ସାନଭାଇ ଶଶୀଭୁଷଣ ମହାନ୍ତି, ସନ୍ତୋଷ ମହାନ୍ତି, ସାର୍ଥକ ମହାନ୍ତି,ଅଶୋକ କୁମାର ମହାନ୍ତି,ଶକ୍ତି ପ୍ରସାଦ ମହାନ୍ତି,ଅସିତ କୁମାର ମହାନ୍ତି, ବିଜନ ସାହୁ, ଲିୟାକତ ଅଲ୍ଲୀ, ସନେଇ ସାହୁ, ବାସବ ବେହେରା ପ୍ରମୁଖ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ l
ଧର୍ମପ୍ରାଣ ବିଭୁତି ଭୂଷଣଙ୍କ ପାର୍ଥିବ ଶରୀରକୁ ଗ୍ରାମ୍ୟ ସ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା l