ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ

ନ୍ୟାସନାଲ୍ ଅର୍ବାନ୍ କନକ୍ଲେଭ୍-୨୦୨୬ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ । ପିଏମ ଇ-ବସ୍ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ । ଏହି ଯୋଜନାରେ ସମୁଦାୟ ୪୦୦ ଇ-ବସ୍ ଆସିବ । ବର୍ତ୍ତମାନ ୭ଟି ସହରରେ ଆମ ବସ୍ ଚାଲିଛି, ଯୋଡ଼ି ହେବ ଆଉ ୯ଟି ସହର । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍ ରୂପାନ୍ତରଣ, ଅର୍ବାନ୍ ମୋବିଲିଟ ଓ ନଗର ବିକାଶ ଉପରେ ଗୁରୁତ୍ୱ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ ୨୦୪୭’ ଭିଜନ୍ ଓ ‘ପୂର୍ବୋଦୟ’ ନୀତି ପ୍ରେରଣାରେ ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ ଗ୍ରୋଥ୍ ଇଞ୍ଜିନ୍ ଭାବେ ଗଢ଼ିଉଠିଛି। ୨୦୪୭ ସୁଦ୍ଧା ଦେଶର ସହରୀ ଜନସଂଖ୍ୟା ଗ୍ରାମୀଣ ଜନସଂଖ୍ୟାକୁ ଅତିକ୍ରମ କରୁଥିବାରୁ ସହରଗୁଡ଼ିକୁ ସମାବେଶୀ, ପ୍ରଯୁକ୍ତିବିଦ୍ୟାସମ୍ପନ୍ନ ଓ ଆଧୁନିକ ସୁବିଧାସୁଯୋଗରେ ସମୃଦ୍ଧ କରିବା

ସେ ଆହୁରି କହିଛନ୍ତି ଯେ, ସହରୀ ବିକାଶ ଓ ଅର୍ଥନୈତିକ ପ୍ରଗତିକୁ ଗତିଶୀଳ କରିବା ପାଇଁ ରାଜ୍ୟରେ ଶିଳ୍ପାୟନ, ବନ୍ଦରର ବିକାଶ, ପର୍ଯ୍ୟଟନ ଓ ସେବା କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାକୁ ଏପର୍ଯ୍ୟନ୍ତ ୨୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିସାରିଥିବା ବେଳେ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ସହ ୨୦୦ରୁ ଉର୍ଦ୍ଧ୍ୱ ଉଦ୍ୟୋଗର ଗ୍ରାଉଣ୍ଡିଂ ସମ୍ପନ୍ନ ହୋଇଛି। କେନ୍ଦ୍ର ସରକାର ଓ ନୀତି ଆୟୋଗଙ୍କ ମାର୍ଗଦର୍ଶନରେ ‘ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍ ରିଜିଅନ୍’ (BKPPER) ପ୍ରତିଷ୍ଠା କରାଯାଉଛି। ଏହାସହ ଭୁବନେଶ୍ୱର ଓ କଟକର ସମ୍ପ୍ରସାରଣ କରି ନୂଆ ସାଟେଲାଇଟ୍ ଟାଉନ୍‌ସିପ୍ ଗଠନ କରାଯାଉଛି ଏବଂ ନୂତନ ଭାବେ ୨୮ଟି ଏନ୍.ଏ.ସି, ୭ଟି ମ୍ୟୁନିସିପାଲିଟି ଓ ଗୋଟିଏ ମ୍ୟୁନିସିପାଲ୍ କର୍ପୋରେସନ୍ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।