ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ପ୍ରସ୍ତୁତି : କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର। ଆଜି ଅବପାତର ରୂପ ନେବାର ସମ୍ଭାବନା। ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ଗଭୀର ଅବପାତ ଏବଂ ୨୬ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ହୋଇପାରେ ପରିଣତ। ତେବେ ଆଜି ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ସାଇକ୍ଲୋନିକ ଷ୍ଟର୍ମକୁ ଦୃଷ୍ଟିରେ ରଖି କୃଷି ବିଭାଗ କ’ଣ ପଦକ୍ଷେପ ନିଆଯିବ ସେ ନେଇ ବୈଠକରେ ଚର୍ଚ୍ଚା ଆଲୋଚନା ହୋଇଛି । କୃଷି ବିଭାଗ ସମୀକ୍ଷା ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କହିଛନ୍ତି, କୃଷି ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।
– ଧାନ ପାଚିଥିଲେ ଅମଳ କରି ଘୋଡେଇ ରଖିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ।
– ପାଚି ନ ଥିଲେ ଅମଳ ନକରିବାକୁ ପରାମର୍ଶ ।
– ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲାପାଳଙ୍କୁ ସହ ସମନ୍ୱୟ ରକ୍ଷା କରି ବିଭାଗ ସହ ଯୋଗାଯୋଗରେ ରହିବେ ।
– କଣ୍ଟ୍ରୋଲ୍ ରୁମ୍ରେ ରହିବେ ଉପମୁଖ୍ୟମନ୍ତ୍ରୀ ଓ କୃଷି ସଚିବ ।
– ଜିରୋ କାଜୁଆଲଟି ସରକାରଙ୍କ ଲକ୍ଷ୍ୟ ।