ସମ୍ଭାବ୍ୟ ବାତ୍ୟା ଭୟ : ଦୁର୍ଗାପୂଜା, ଲକ୍ଷ୍ମୀପୂଜା ତୋରଣ ଶୀଘ୍ର ଖୋଲିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟାକୁ ନଜର ରଖି ସମସ୍ତ ଏନଏସି, ମ୍ୟୁନିସିପାଲିଟି, ଏବଂ ମହାନଗର ନିଗମକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଣ୍ଡପରେ ହୋଇଥିବା ତୋରଣ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।ଆସନ୍ତା ଅକ୍ଟୋବର ୨୭ ଓ ୨୮ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ହେବାର ଆଶଙ୍କା ଥିବାରୁ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅସୁରକ୍ଷିତ ଅସ୍ଥାୟୀ ସଂରଚନା, ହୋର୍ଡିଂ ଏବଂ ବ୍ୟାନରଗୁଡ଼ିକୁ ୪୮ ଘଣ୍ଟା ମଧ୍ୟରେ ହଟାଇବାକୁ କଟକ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆୟୋଜକମାନେ ନିର୍ଦ୍ଦେଶ ପାଳନ ନକଲେ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯିବ ବୋଲି ପ୍ରଶାସନ ଚେତାବନୀ ଦେଇଛି।ସମ୍ଭାବ୍ୟ ବାତ୍ୟାରେ ପବନର ବେଗ ଏବଂ ପ୍ରବଳ ବର୍ଷାକୁ ନଜରରେ ରଖି କୌଣସି କ୍ଷୟକ୍ଷତି ଯେଭଳି ନହୁଏ ସେଥିପାଇଁ ନିର୍ଦ୍ଦେଶ ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।