ଗଣିଆ ଥାନାରେ ଆମ ପୋଲିସ ସମିତି ବୈଠକ, ପୋଲିସ ଓ ଜନତା ମଧ୍ୟରେ ଭାଇଚାରା ସମ୍ପର୍କ

ଗଣିଆ – ( ବିଶ୍ୱରଞ୍ଜନ ସେଠି) ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ସମୟରେ ଶିକ୍ଷିତ ଓ ଅଶିକ୍ଷିତ ଜନସାଧାରଣ ଠକେଇ, ଗୁଣିଗାରେଡି, ସାମାଜିକ ବାସନ୍ଦ, ବାଲ୍ୟବିବାହ ଆଦି କୁସଂସ୍କାରର ସମ୍ମୁଖିନ ହେଉଛନ୍ତି। ଫଳରେ ଭାଇଚାରା, ସାମାଜିକ ଚଳଣି, ଆର୍ଥିକ ସମସ୍ୟା ଓ ଧନଜୀବନ ପ୍ରଭାବିତ ହେବା ନିତିଦିନିଆ ଘଟଣା ପାଲଟିଛି। ଏହି କୁସଂସ୍କାର, ଅନ୍ଧବିଶ୍ବାସକୁ ପ୍ରତିହତ କରି ସମାଜରେ ଏକ ସୁସ୍ଥ ବାତାବରଣ ବଜାୟ ରଖିବା ସକାଶେ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ କରାଯାଇଛି । ଗଣ ସଚେତନତା ମାଧ୍ୟମରେ ଲୋକଙ୍କ ନିକଟତର ହୋଇ ପୋଲିସ ଲୋକଙ୍କୁ ସୁରକ୍ଷା ଦେବା ସହ ପୋଲିସ ପବ୍ଳିକର ସେତୁ ରୂପେ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଗଣିଆ ଥାନା ପରିସରରେ ଗୁରୁବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଥାନା ଏସ ଆଇ ଶ୍ୟାମ ସୁନ୍ଦର ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ଅତିଥି ଭାବେ , ଏ ଏସ ଆଇ ମନୋରଞ୍ଜନ ପ୍ରଧାନ, ଗଣିଆ ସରପଞ୍ଚ ଗିରିଧାରୀ ସେଠି, ସମିତିସଭ୍ୟ ଫକୀର ମୋହନ ଡାକୁଆ, କିଶୋର ପ୍ରାସାଦ ପଂଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ବେହେରା
ଯୋଗ ଦେଇଥିଲେ। ଗ୍ରାମରେ ବାଲ୍ୟ ବିବାହ, ସାମାଜିକ ବାସନ୍ଦ, ଗୁଣିଗାରେଡି ଆଦି ଅନ୍ଧ ବିଶ୍ବାସ ଏବଂ କୁସଂସ୍କାର ଆଦି କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ ଏସ ଆଇ ଶ୍ରୀଯୁକ୍ତ ପ୍ରଧାନ ପରାମର୍ଶ ଦେଇଥିଲେ। ବ୍ୟାଙ୍କ, ଇନସୁରାନ୍ସ ଓ ସାମାଜିକ ଗଣମାଧ୍ୟମରେ ଆସୁଥିବା ଅଜଣା ଲିଙ୍କ୍ ଓ ଲୋଭନୀୟ ଅଫର ପ୍ରତି ବିଶ୍ଵାସ ନକରି ସର୍ତ୍ତକତା ଅବଲମ୍ବନ କରିବା ପାଇଁ ସରପଞ୍ଚ ଶ୍ରୀ ସେଠି ବୁଝାଇଥିଲେ । ବିଭିନ୍ନ ସମୟରେ ପିଏମ କିଶାନ ଯୋଜନା, ଶ୍ରମିକ କାର୍ଡ କିମ୍ବା ବ୍ୟାଙ୍କ୍, ବିଦ୍ୟୁତ୍ କର୍ମଚାରୀ ପରିଚୟ ଦେଇ ଟଙ୍କା ଠକେଇ କରିବା ପାଇଁ ବହୁ ଦଲାଲ୍ ଘୁରି ବୁଲୁଛନ୍ତି । ଏପରି ସ୍ଥଳେ ପ୍ରକୃତ ଅନୁସନ୍ଧାନ କରିବା ସହ ସନ୍ଦେହ ହେଲେ ପୋଲିସ୍ ସହାୟତା ପାଇଁ ପରାମର୍ଶ ଏ ଏସ ଆଇ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।
ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବୈଠକରେ ଗଣିଆ ଅଂଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

You might also like