୧୧ଟି ଶୈବପୀଠରେ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ

ଗଣିଆ,(ବିଶ୍ୱରଂଜନ ସେଠି ) ଶୀତଳଷଷ୍ଠୀ ଅବସରରେ ଗଣିଆ ବ୍ଳକର ୧୧ଗୋଟି ଶୈବ ପୀଠରେ ଶିବପାର୍ବତୀଙ୍କର ବିବାହ ମହା ଆଡ଼ମ୍ବରରେ ହୋଇଯାଇଛି । ଗୁରୁବାର ସଂନ୍ଧ୍ୟାରେ ଚଳିତ ବର୍ଷର ବରପିତା ସନ୍ତୋଷ କୁମାର ବେହେରା ଗଣିଆ ବିରାଜିତ ଶ୍ରୀ ଶ୍ରୀ ଲିଙ୍ଗରାଜ ଦେବଙ୍କୁ ବରବେଶରେ ସୁୁସଜ୍ଜିତ କରି ବାଣ ରୋସଣୀରେ ପଟୁଆର ମନ୍ଦିର ପରିକ୍ରମା କରିବା ପରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିରରେ ହରିହର ଭେଟ ସରିବା ପରେ ଶ୍ରୀ ଶ୍ରୀ ଜଗନ୍ନାଥ ଜୀଉ ଓ ଶ୍ରୀ ଶ୍ରୀ ଗୋପୀନାଥ ଜିଙ୍କ ସହିତ ବରଯାତ୍ରୀଙ୍କନେଇ ଗଣିଆ ଗ୍ରାମ ପରିକ୍ରମା କରିବା ପରେ ବରପିତା ସନ୍ତୋଷ ବେହେରାଙ୍କ ଦୁଆରେ ଠାକୁରଙ୍କୁ ବନ୍ଦପନା ପରେ ପଟୁଆରରେ ଯାଇ କନ୍ୟାପିତା ସରୋଜ କୁମାର ସାହୁଙ୍କ ଦୁଆରେ ଠାକୁରଙ୍କ ବନ୍ଦାପନା କରାଯାଇଥିଲା ।

ପରେ ସମସ୍ତେ ଲିଙ୍ଗରାଜ ମନ୍ଦିରକୁ ଯାଇ ସେଠାରେ ବିବାହ ବେଦୀ ଉପରେ ଯଥାରୀତି ଠାକୁରଙ୍କ ବିବାହ ଉତ୍ସବ ସଂପାଦନ କରାଯାଇଥିଲା । ଏହି ଉତ୍ସବରେ ଗଣିଆ ତଥା ଆଖପାଖ ଅଂଚଳର ପ୍ରାୟ ସହସ୍ରାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ସେହିଭଳି ରାଉତପଡ଼ା ବିରାଜିତ ଶ୍ରୀ ଶ୍ରୀ ଭୋଳେଶ୍ୱର ମହାଦେବଙ୍କୁ ବରବେଶରେ ସୁୁସଜ୍ଜିତ କରି ବରପିତା ପାଣ୍ଡବରଣା ବାଣ ରୋସଣୀରେ ପଟୁଆର ମନ୍ଦିର ପରିକ୍ରମା କରିବା ପରେ ରାଉତପଡ଼ା ଗ୍ରାମ ପରିକ୍ରମା କରିଥିଲେ । ପରିକ୍ରମାରୁ ଫେରିବା ପରେ ମନ୍ଦିର ଫାଟକରେ ବାଟ ଯଗିବା ପ୍ରକ୍ରିୟା ସରିବା ପରେ କନ୍ୟାପିତା ବିରଂଚିନାରାୟଣ ସାହୁ ବରଯାତ୍ରୀଙ୍କୁ ଅଭ୍ୟର୍ଥନା ଦେଇ ଠାକୁରଙ୍କୁ ବନ୍ଦାଣ କରି କରି ନେଇ ବିବାହ ବେଦୀ ଉପରେ ଯଥାରୀତି ଠାକୁରଙ୍କ ବିବାହ ଉତ୍ସବ ସଂପାଦନ କରାଯାଇଥିଲା । ଏହି ଉତ୍ସବରେ ଗଣିଆ ତଥା ଆଖପାଖ ଅଂଚଳର ପ୍ରାୟ ଶତାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ସେହିଭଳି ପଂଚୁପଲୀପ୍ରଗଣାସ୍ଥିତ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ବରପିତାଭାବେ ପ୍ରଫୁଲ୍ଲ ବେହେରା ଓ କନ୍ୟାପିତାଭାବେ ରବୀନ୍ଦ୍ର ବେହେରା, ଧୂଆମଡ଼ାସ୍ଥିତ ରାମେଶ୍ୱରଙ୍କ ପୀଠରେ ବରପିତାଭାବେ ମୁରଲୀଧର ସାହୁ, କନ୍ୟାପିତାଭାବେ ଚିତରଂଜନ ସାହୁ, କଳାଶିମିଳି ସ୍ଥିତସ୍ଥିତ ଲିଙ୍ଗରାଜ ଦେବଙ୍କ ପୀଠରେ ବରପିତା ଆନନ୍ଦ ପ୍ରଧାନ ଓ କନ୍ୟାପିତା ଶେଷଦେବ ରାଉତ, ଇନ୍ଦିପଟ୍ଟାସ୍ଥିତ ବିଶ୍ୱନାଥ ଦେବଙ୍କ ପୀଠରେ ବରପିତା ଚନ୍ଦ୍ରମଣି ମହାରଣା ଓ କନ୍ୟାପିତା ବିଶ୍ୱନାଥ ବାରିକ, ଜଗନ୍ନାଥପ୍ରସାଦ ବାଲୁଙ୍କେଶ୍ୱର ଦେବଙ୍କ ପୀଠାରେ ବରପିତା କାମାକ୍ଷପ୍ରସାଦ ଜେନା ଓ କନ୍ୟାପିତା ନାରାୟଣ ଜେନା, କିଶୋରପ୍ରସାଦର ଭୋଳେଶ୍ୱର ମହାଦେବ, ପୀଠରେ ବରପିତା ଫକୀର ଚରଣ ବେହେରା ଓ କନ୍ୟାପିତା ଲକ୍ଷ୍ମଣ ବେହେରା, ପତଣ୍ଡାର ଲିଙ୍ଗରାଜ, ପୀଠରେ ବରପିତା ମନୋଜ କୁମାର ବେହେରା ଓ କନ୍ୟାପିତା ମନୋରଂଜନ ଦାଶ, ବଡ଼ମୂଳର କପିଳେଶ୍ୱର ମହାଦେବ ପୀଠରେ ବରପିତା ଯୋଗୀନାଥ ରଣା ଓ କନ୍ୟାପିତା ସନ୍ତୋଷ କୁମାର ରଣା, ଡଙ୍କାରିସାହି ସ୍ଥିତ ଗଣପତିଶ୍ୱରଙ୍କ ପୀଠରେ ଶିବ ଓ ମାତା ପାର୍ବତୀଙ୍କର ବିବାହ କାର୍ଯ୍ୟ କରାଇଥିବାବେଳେ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ତରଫରୁ ମହାଆଡ଼ମ୍ବରର ସହକାରେ ଶିବପାର୍ବତୀଙ୍କ ବିବାହତ୍ସୋବ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଶୈବପୀଠରେ ସମସ୍ତଙ୍କ ପାଇଁ ଆନନ୍ଦ ବଜାରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।