ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ, ମାଆକୁ ମାରି ପ୍ଲାଷ୍ଟର କରିଦେଲା ପୁଅ

ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ।ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ପୁରୀ କୁମ୍ଭାରପଡ଼ା ସାହିରେ । ସାହିର ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ା ରହୁଥିବା ବ୍ୟକ୍ତି ନିଜ ମାଆଙ୍କୁ ମାରି ପ୍ଲାଷ୍ଟର କରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସିଟି ଡିଏସପି ଏବଂ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ଆରମ୍ଭ କରିଥିବା ବେଳେ, ଅଭିଯୁକ୍ତ ପୁଅ ଫେରାର ମାରିଥିବା ଜଣାପଡ଼ିଛି।ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ ଦୁଇ ମାସ ତଳେ  ଜଣେ ମାଆ ଏବଂ ପୁଅ  ତାଙ୍କ ଘରେ ଆସି ଭଡ଼ା ରହିଥିଲେ । ଗତକାଲି ଠାରୁ ପୁଅ ଜଣଙ୍କ ଫେରାର ମାରିଥିବା ବେଳେ ମାଆ ଜଣଙ୍କର ପତ୍ତା ନାହିଁ । ତେବେ ସେ ଭଡ଼ା ରହୁଥିବା ରୋଷେଇ ଘରୁ ପ୍ରବଳ ଗନ୍ଧ ଆସିବାରୁ ସନ୍ଦେହ ହୋଇଥିଲା । ରୋଷେଇ ଘର ସ୍ଲାବ  ତଳେ ତାଙ୍କୁ ପ୍ଲାଷ୍ଟର କରିଦେଇଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ତେବେ ଚଟାଣରେ ଆସି ପାଣି ବର୍ଜ୍ୟ ଭାସୁଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଛି । ତାହା ଶରୀରଟି ପଚି ଯାଉଥିବା ସନ୍ଦେହ କରାଯାଉଛି ।ତେବେ ରୋଷେଇ ଘରର ସ୍ଲାବ ତଳେ ପ୍ରକୃତରେ କ’ଣ ରହିଛି? ମାଆ କେଉଁଠି ଗଲେ ଏବଂ ପୁଅ କାହିଁକି ଫେରାର—ଏବେ ତଦନ୍ତରେ ଏହାର ଉତ୍ତର ଖୋଜୁଛି ପୁଲିସ ।