ରାଜ୍ୟରେ ଆସିବ ଡିଜିଟାଲ ପ୍ରେସକ୍ରିପସନ୍‌

ରୋଗୀଙ୍କ ଲାଗି ଡାକ୍ତର ଲେଖିବେ ଡିଜିଟାଲ ପ୍ରେସ୍‌କ୍ରିସନ୍‌। ଡାକ୍ତର ଯେଉଁ ପ୍ରେସକ୍ରିପସନ ଲେଖି‌େ‌ବ ତାକୁ ଡାକ୍ତର ସ୍କାନ ଆଣ୍ଡ ସେୟାର ଜରିଆରେ ଡିଜି ଲକର ଜରିଆରେ ରଖିପାରିବେ। ଯେଉଁଥିରେ ସେମାନଙ୍କର ରୋଗ, ଔଷଧ ଏବଂ ପରୀକ୍ଷା ବିବରଣୀ ସୁରକ୍ଷିତ ରହିବ। ହସ୍ପିଟାଲକୁ ଯିବାବେଳେ ଆଉ ପୁରୁଣା ବିବରଣୀ ନେବାକୁ ପଡ଼ିବ ନାହିଁ। କେବଳ ଏତିକି ନୁହେଁ, ବାରମ୍ବାର ପରୀକ୍ଷାନିରୀକ୍ଷା ମଧ୍ୟ କରିବାକୁ ପଡ଼ିବ ନାହିଁ। ଓଡ଼ିଶା ଫାର୍ମାସିଷ୍ଟ ଆସୋସିଏସନର ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟର ଆଗାମୀ ଜନସ୍ୱାସ୍ଥ୍ୟ ଏବଂ ଡିଜିଟାଲ୍ ସ୍ୱାସ୍ଥ୍ୟ ଅପଡେଟ୍ ଉପରେ ଆଲୋକପାତ କରିଥିଲେ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାର ଆଧୁନିକ ଜ୍ଞାନକୌଶଳକୁ ଉପଯୋଗ କରୁଛନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ନେଇ ବିବିଧ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ବିଶେଷ କରି ହାତ ପାଆନ୍ତାରେ ସବୁ ସୁବିଧା ସୁଯୋଗ ଉପଲବ୍ଧ ହେବ। ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ସ୍ୱାସ୍ଥ୍ୟସେବାକୁ ତ୍ବରାନ୍ବିତ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଖୁବଶୀଘ୍ର ଲାଗୁ ହେବ ‘ୱାନ ନେସନ ୱାନ ହେଲଥ।’ କେବଳ ଏତିକି ନୁହେଁ, ଉନ୍ନତ ସେବା ନିମନ୍ତେ ‘ଆରୋଗ୍ୟ ସେତୁ ୨.୦’ ମଧ୍ୟ ସ୍ବାସ୍ଥ୍ୟକ୍ଷେତ୍ରରେ ସହାୟକ ହେବ। ଏହାସହିତ ଏହାସହିତ ଡିଜିଟାଲ ପ୍ରେସକ୍ରିପସନ ମଧ୍ୟ ସ୍ବାସ୍ଥ୍ୟକ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।