ଗୁଣ୍ଡୁରୀବାରୀ ଗ୍ରାମରେ ଶନିଶ୍ଚରଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଗଣିଆ -(ବିଶ୍ୱରଂଜନ ସେଠି ) ଗଣିଆ ବ୍ଲକ କରଡ଼ାପଡା ପଞ୍ଚାୟତ ଗୁଣ୍ଡୁରୀବାରି ଗ୍ରାମରେ ଶନିଶ୍ଚର ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ ସହ କଳସ ଯାତ୍ରା ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ଶନିବାର ସମ୍ପନ୍ନ ହୋଇଯାଇଛି।

ପ୍ରଭାତରୁ ମହିଳା ଓ ଶ୍ରଦ୍ଧାଳୁମାନେ ପବିତ୍ର ଜଳକଳସ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିବା ସହ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ। ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ ଶ୍ରୀ ଶନିଶ୍ଚର ଦେବଙ୍କ ବିଶେଷ ସ୍ନାପନ, ମହାସ୍ନାନ, ଆରତି ଓ ବିଶ୍ୱଶାନ୍ତି ଯଜ୍ଞର ଆୟୋଜନ କରାଯାଇଥିଲା ଗୁଣ୍ଡୁରୀବାରି ଓ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦ ସେବନ କରିବା ସହ ପ୍ରଭୁ ଶନିଶ୍ଚରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଯୋଗୁଁ ସମଗ୍ର ଗୁଣ୍ଡୁରୀବାରି ଅଞ୍ଚଳରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।
