ଗଣିଆ ଓଁମଶାନ୍ତି ଆଶ୍ରମରେ ରକ୍ଷାବନ୍ଧନ ପାଳିତ

ଗଣିଆ -(ବିଶ୍ୱରଂଜନ ସେଠି )ନୟାଗଡ଼ ଜିଲ୍ଲା ଗଣିଆ ସ୍ଥିତ ଓଁ ଶାନ୍ତି ଆଶ୍ରମ (ବ୍ରହ୍ମାକୁମାରୀ ସେବାକେନ୍ଦ୍ର) ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ପବିତ୍ର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଗଣିଆ ବ୍ରହ୍ମକୁମାରୀ ସେବାକେନ୍ଦ୍ର ର ଭଉଣୀ ସ୍ବର୍ଣ୍ଣ ଭଉଣୀଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥିଭାବେ ମହାବୀର ବଣିକ ସଂଘର ସଭାପତି ଦାସରଥି ସାହୁ ଯୋଗଦେଇଥିବାବେଳେ ସ୍ୱତନ୍ତ୍ର ଅତିଥିଭାବେ ଓଁମଶାନ୍ତି ନୟାଗଡ଼ ଜିଲ୍ଲା ମୁଖ୍ୟ ପରିଚାଳକ ମିନି ଭଉଣୀ ଯୋଗଦେଇଥିବାବେଳେ ସାମ୍ନାନୀତ ଅତିଥିଭାବେ ଯୁବ ବ୍ୟବସାୟୀ ପ୍ରାଣବନ୍ଧୁ ଦାସଙ୍କ ସମେତ ନୟାଗଡ଼ ଜିଲ୍ଲା ଓଁମଶାନ୍ତି ଆଶ୍ରମର ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ । ଏଇ କାଯ୍ୟକ୍ରମରେ ମୁଖ୍ୟ ଅତିଥି ରକ୍ଷାବନ୍ଧନର ଆଧ୍ୟାତ୍ମିକ ମହତ୍ତ୍ୱ ବୁଝାଇବା ସହ ଆତ୍ମଶୁଦ୍ଧି, ପବିତ୍ରତା, ଶାନ୍ତି ଓ ସଦ୍‌ଭାବନା ରକ୍ଷା କରିବା ପାଇଁ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। ସେବାକେନ୍ଦ୍ରର ଭଉଣୀମାନେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ, ଗ୍ରାମବାସୀ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ହାତରେ ସାତ୍ତ୍ୱିକତାର ପ୍ରତୀକ ରାକ୍ଷୀ ବାନ୍ଧି ସେମାନଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।


ଉତ୍ସବ ଆରମ୍ଭରେ ସାମୂହିକ ରାଜଯୋଗ ଧ୍ୟାନ ଏବଂ ଶାନ୍ତିପୂର୍ଣ୍ଣ ପ୍ରାର୍ଥନା ଆୟୋଜିତ ହୋଇଥିଲା। କାମ, କ୍ରୋଧ ଓ ମୋହ ପରି ବୁରାଭାବକୁ ତ୍ୟାଗ କରି ସତ୍‌ମାର୍ଗରେ ଚାଲିବାକୁ ସଂକଳ୍ପ ନିଆଯାଇଥିଲା। ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ମହିଳା, ପୁରୁଷ ଓ ଶ୍ରଦ୍ଧାଳୁ ଯୋଗଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ। ​ଏହି ସମାରୋହ ମାଧ୍ୟମରେ ସମାଜରେ ଭାଇଚାରା, ପବିତ୍ରତା ଓ ସାମାଜିକ ସୌହାର୍ଦ୍ଦ୍ୟ ବୃଦ୍ଧି କରିବାର ସନ୍ଦେଶ ଦିଆଯାଇଥିଲ। ଏଇ କାଯ୍ୟକ୍ରମରେ ଗଣିଆ ଓଁମଶାନ୍ତି ଆଶ୍ରମର ଭାଇ ଭଉଣୀ ମାନେ ସହଯୋଗ କରିଥିଲେ ।