ଶିଶୁ ସୁରକ୍ଷା,ଶିଶୁ ଯୋନ ନିର୍ଯ୍ୟାତନା ଓ ମହିଳାଙ୍କ ସୁରକ୍ଷିତ କର୍ମକ୍ଷେତ୍ର ପାଇଁ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା କମଳଙ୍ଗା ପଞ୍ଚୟତ ଦିଲ୍ଲୀ ପବିଲିକି ସ୍କୁଲ ରେ ଏକ ଦିବାସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ରାଜଶ୍ରୀ ହୋତା ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ଉଦେଶ୍ୟ ବିଷୟରେ ଅବଗତ କରିଥିଲେ l କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଭାବେ ଅନୁଗୋଳ କୋର୍ଟର ଅବସର ଆଇନୀ ଜୀବି ଡ଼କ୍ଟର ପରମାନନ୍ଦ ମିଶ୍ର,ଆଇନୀ ଜୀବି ଶ୍ରୀଯୁକ୍ତ ବୃନ୍ଦାବନ ପୃଷ୍ଟି,ଶ୍ରୀମତୀ ସାଗରୀକା ପଡିଆରୀ ବିଶ୍ୱ ଯୁବ କେନ୍ଦ୍ର ର ପ୍ରୋଗ୍ରାମ କାଉନସିଲର ଶ୍ରୀମତୀ ମନସ୍ମିତା ନାୟକ,ବିଦ୍ୟାଳୟ ର ଅଧକ୍ଷା ଅହଲ୍ୟା ବାଇ ସାହୁ , କମିଟି ର ସଦସ୍ୟ,ସଦସ୍ୟା,ଶିକ୍ଷକ,ଶିକ୍ଷତ୍ରୀ ଏବଂ ବିଦ୍ୟାଳୟ ର ଛାତ୍ର,ଛାତ୍ରୀ ଉପସ୍ଥିତ ଥିଲେ l
ଶ୍ରୀଯୁକ୍ତ ପରମାନନ୍ଦ

ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ପାଇଁ ନିରାପଦ ଓ ସମ୍ମାନଜନକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ POCSO ଓ POSH ଆଇନ ସମ୍ପର୍କିତ ସଚେତନତାର ଗୁରୁତ୍ୱ ବଢ଼ିଛି।

ଓଡ଼ିଶାର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସଚିବାଳୟ ଅଧିକାରୀମାନଙ୍କ ପାଇଁ POSH ଆଇନ ଉପରେ କର୍ମଶାଳା ଆୟୋଜିତ ହୋଇଥିଲା। ସୁରକ୍ଷିତ, ସମ୍ମାନଜନକ ଓ ସମାନ କର୍ମକ୍ଷେତ୍ର ଗଠନ ଉପରେ ଏଥିରେ ଆଲୋଚନା ହୋଇଥିଲା।

POCSO ଆଇନ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ। ଶିଶୁ, ଅଭିଭାବକ, ଶିକ୍ଷକ ଓ ସମାଜର ସମସ୍ତଙ୍କ ମଧ୍ୟରେ ଏହି ଆଇନ ସମ୍ପର୍କରେ ସଠିକ୍ ସଚେତନତା ରହିବା ଆବଶ୍ୟକ। 1098,112 ର ବ୍ୟବହାର ବିଷୟରେ ଅବଗତ କରାଇଥିଲେ l

POSH ଆଇନ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନକୁ ପ୍ରତିରୋଧ, ନିଷେଧ ଓ ଅଭିଯୋଗର ସମାଧାନ ପାଇଁ ଆଇନଗତ ବ୍ୟବସ୍ଥା ଦେଇଥାଏ। ସଚେତନତା, ଉପଯୁକ୍ତ ଅଭିଯୋଗ ବ୍ୟବସ୍ଥା ଓ ସମ୍ମାନଜନକ ବ୍ୟବହାର ଦ୍ୱାରା ନିରାପଦ ପରିବେଶ ଗଠନ କରାଯାଇପାରେ।


ଶ୍ରୀମତୀ ମନସ୍ମିତା ନାୟକ ଶିଶୁ ଯୌନ ନିର୍ଯାତନା ଶିକାର କିପରି ହଉଛନ୍ତି ଉଦାହରଣ ମାଧ୍ୟମ ରେ ବୁଝାଇ ଥିଲେ l ବାଲ୍ୟ ବିବାହ ଯୋଗୁଁ କିଶୋରୀ ମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହେବା,ଶାରୀରିକ ଓ ମାନସିକ ବିକାଶ ପ୍ରଭାବିତ ହେବା ସ୍ୱାସ୍ଥ୍ୟ ସମସ୍ୟା ଏବଂ ପୁଷ୍ଟିକ ଅଭାବ ଭଳି କୁପରିଣାମ ସମ୍ପର୍କ ରେ ସଚେତନତା କରାଯାଇଥିଲା ବାଲ୍ୟ ବିବାହ ନିଷେଧ ଆଇନ ଓ ଏହାର ଦଣ୍ଡବିଧାନ ସମ୍ପର୍କ ରେ ସୂଚନା ଦିଆଯାଇଥିଲା l

ସଚେତନତା ହିଁ ସୁରକ୍ଷାର ପ୍ରଥମ ପଦକ୍ଷେପ—ଶିଶୁଙ୍କ ସୁରକ୍ଷା ଓ ମହିଳାଙ୍କ ସମ୍ମାନ ପାଇଁ POCSO ଓ POSH ଆଇନ ବିଷୟରେ ସମସ୍ତେ ଜାଣିବା ଆବଶ୍ୟକ।ଏବଂ ସର୍ବ ଶେଷରେ ଶପଥ ପାଠ କରାଯାଇଥିଲା କମିଟି ର ଅବବାହିକ ଶ୍ରୀମତୀ ବବିତା ନନ୍ଦ ସମସ୍ତେ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା