ପାରାଦ୍ୱୀପ ଲକ୍ ଥାନା ଭୂତମୁଣ୍ଡାଇ ବ୍ୟାଙ୍କ ନିକଟରେ ଷଣ୍ଢ ସହ ବାଇକ ଧକ୍କା, ଷଣ୍ଢ ମୃତ – ବାଇକ ଆରୋହୀ ଗୁରୁତର
କୁଜଙ୍ଗ, ତା 22/08: ଆଜି ରାତି ପ୍ରାୟ 8 ଘଟିକା ସମୟରେ ପାରାଦ୍ୱୀପ ଲକ୍ ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ବ୍ୟାଙ୍କ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତ ଗତିରେ ଯାଉଥିବା ବାଇକ୍ ସହ ରାସ୍ତା ମଝିରେ ଠିଆ ହୋଇଥିବା ଷଣ୍ଢର ଧକ୍କା ହୋଇଛି। ଏହି ଧକ୍କାରେ ଘଟଣାସ୍ଥଳରେ ଷଣ୍ଢଟିର ମୃତ୍ୟୁ ହୋଇଥିବା ବେଳେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ସଡ଼କ ସୁରକ୍ଷା ବାହିନୀର ସଭାପତି *ପଙ୍କଜ କୁମାର ତରାଇବିନୋରି ସେବା ଫାଉଣ୍ଡେସନର ସଭାପତି ପ୍ରଭାତ ବେହେରା ଓ ବାବୁନି ବାବା* ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।ପରେ କୁଜଙ୍ଗ ଅଗ୍ନିଶମ ବାହିନୀ ଗାଡ଼ି ଯୋଗେ ଆହତ ଯୁବକଙ୍କୁ କୁଜଙ୍ଗ ମେଡିକାଲକୁ ଅଣାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର 108 ଆମ୍ବୁଲାନ୍ସ ଯୋଗେ କଟକ SCB ମେଡିକାଲକୁ ରେଫର କରିଛନ୍ତି।ଶେଷ ଖବର ସୁଦ୍ଧା ଆହତ ପିଲାଟିର ପରିଚୟ ମିଳିପାରିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ, HRTV ଓଡ଼ିଆ