ଅନଲାଇନ ଅଟୋ ଚାଳକଙ୍କ ଆନ୍ଦୋଳନ: ଏବେ କ୍ୟାନ୍ସଲ ହେବ ଆରସି !
ଅନଲାଇନ୍ ଅଟୋ ଚାଳକ ଆନ୍ଦୋଳନରେ ନୂଆ ମୋଡ। ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ବାତିଲ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦୀର୍ଘଦିନ ଧରି ଫିଟନେସ୍ ସାର୍ଟିଫିକେଟ୍ ନଥିବା, ଚାଲାଣ ପେଣ୍ଡିଂ ଥିବା ଏବଂ ଇନ୍ସୁରାନ୍ସ ନଥିବା ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ RC ବାତିଲ ପାଇଁ ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି।ଏନେଇ ଆରଟିଓ ମାନସ ମିଶ୍ର କହିଛନ୍ତି, ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରି ଆରସି ବାତିଲ ପାଇଁ ନୋଟିସ୍ ଦିଆଯିବ। ଆନ୍ଦୋଳନ ପରେ ପୋଲିସ ପକ୍ଷରୁ ୩୮୦ଟି ଗାଡ଼ି ଜବତ କରାଯାଇଥିବା ବେଳେ ସମସ୍ତ ଗାଡ଼ି ମାଲିକଙ୍କୁ ବିଭାଗ ପକ୍ଷରୁ ଶୋ’କଜ୍ ନୋଟିସ୍ ଦିଆଯାଇଥିଲା। ନୋଟିସର ଉତ୍ତର ଦେବାର ସମୟସୀମା ଆଜି ଶେଷ ହେଉଥିବା ବେଳେ ମାତ୍ର ୨୫ ଜଣ ଉତ୍ତର ଦେଇଥିବା ସୂଚନା ମିଳିଛି। ହେଲେ ଅନ୍ୟମାନେ ଉତ୍ତର ଦେଇନାହାଁନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜବତ ହୋଇଥିବା ବହୁ ଗାଡ଼ିର ଫାଇନ ସହ ଫିଟନେସ ସାର୍ଟିଫିକେଟ କିମ୍ବା ଇନ୍ସ୍ୟୁରାନ୍ସ ମଧ୍ୟ ନାହିଁ। ଯାହାର ଏକ ତାଲିକା ପ୍ରସ୍ତୁତ କରୁଛି ବିଭାଗ । ସେମାନଙ୍କୁ ଆରସି କ୍ୟାନସଲ ପାଇଁ ନୋଟିସ ଦିଆଯିବ।