୧୬ ଜଣଙ୍କୁ ୧୪.୫୦ ଲକ୍ଷ ସହାୟତା: ମୁଖ୍ୟମନ୍ତ୍ରୀ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏକ ସାଧାରଣ ଅଭିଯୋଗ ଶୁଣାଣି ଆୟୋଜନ କରିଛନ୍ତି। ଫଳରେ ନାଗରିକମାନଙ୍କୁ ସେମାନଙ୍କ ସମସ୍ୟା ଉପରେ ସିଧାସଳଖ ତାଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ମିଳିବ।ଆଜିର ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇ କହିଛନ୍ତି , ଆଜି ୧୬ ଭିନ୍ନକ୍ଷମ , ଜଟିଳ ରୋଗରେ ପୀଡିତଙ୍କୁ ତ୍ୱରିତ ସହାୟତା ମିଳିଛି । ୧୬ ଜଣଙ୍କୁ ସିଙ୍ଗଲ ୱିଣ୍ଡୋରେ ୧୪ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି । ୨୦୨୪ ଜୁଲାଇ ୧ରୁ ଆଜି ଯାଏଁ ୨ ଲକ୍ଷ ୬୯ ହଜାର ଅଭିଯୋଗ ଆସିଛି । ଏଥିମଧ୍ୟରୁ ୨ ଲକ୍ଷ ୩୩ ହଜାର ସମାଧାନ ହୋଇଛି, ଯାହା ୮୭% ସଫଳତା ହୋଇଛି । ପ୍ରତିଟି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।