ମୁଁ ରାଜନୀତିରୁ ସନ୍ନ୍ୟାସ ନେବି । ଯେପର୍ଯ୍ୟନ୍ତ ବିଜେପିକୁ ମୁଁ …
TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର ତାଙ୍କର କୌଣସି ଇଚ୍ଛା ନାହିଁ। ସେ ଆହୁରି କହିଛନ୍ତି ଯେ, ଭାଜପାକୁ ତଳିତଳାନ୍ତ ନ କରିବା ପର୍ଯ୍ୟନ୍ତ ସେ ଚୁପ୍ ବସିବେ ନାହିଁ।ଲାଇଭ ଭିଡିଓରେ ମମତା ବାନାର୍ଜୀ ଦାବି କରିଛନ୍ତି ଯେ ରାଜ୍ୟରେ ସରକାର ପରିବର୍ତ୍ତନର ମାତ୍ର ୪ ମାସରେ ଜନତାଙ୍କୁ ବିଜେପିର ଅସଲ ଚେହେରା ଦେଖାଗଲାଣି। ଭିଡିଓରେ ମହିଳାଙ୍କ ଲାଗି ଚଳା ଯାଉଥିବା ‘ଅନ୍ନପୂର୍ଣ୍ଣା ଭଣ୍ଡାର’ ଆର୍ଥିକ ସହାୟତା ଯୋଜନା ପଇସା ଆବଣ୍ଟନରେ କଥିତ ବିଳମ୍ବକୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ସରକାରଙ୍କୁ ଘେରିଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଯୋଜନାର ପାତ୍ରତା ମାନଦଣ୍ଡ ବାହାନାରେ ହିତାଧିକାରୀଙ୍କ ସଂଖ୍ୟା ହ୍ରାସ କରୁଛନ୍ତି। ମମତା କହିଛନ୍ତି ଯେ ମହିଳାଙ୍କୁ ଆର୍ଥିକ ରୂପେ ଆତ୍ମନିର୍ଭର କରିବା ପାଇଁ ତାଙ୍କ ପାର୍ଟି ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଆରମ୍ଭ କରିଥିଲା। ହେଲେ ବିଜେପି ଏହି ଯୋଜନାରେ ଧର୍ମ ଓ ଜାତି ଦେଖି ରାଜନୀତି କରୁଛି ଓ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁନି।ମମତା କହିଛନ୍ତି ଯେ, SIR ମାମଲା ଏବେ ବି ସୁପ୍ରିମକୋର୍ଟରେ ରହିଛି। ନିର୍ବାଚନ କମିଶନଙ୍କ ଯଦି ସାହସ ଅଛି, ତେବେ ଯେଉଁ ନାମଗୁଡ଼ିକ ଉପରେ ନିଷ୍ପତ୍ତି ହୋଇସାରିଛି, ସେଗୁଡ଼ିକୁ ମଧ୍ୟ ସାମିଲ କରିବା ଉଚିତ୍। ଆବଶ୍ୟକ ହେଲେ ଆମେ ବିରୋଧ ପ୍ରଦର୍ଶନ କରିବୁ ବୋଲି ସେ କହିଛନ୍ତି। SIR ପ୍ରକ୍ରିୟାରେ ଲକ୍ଷ ଲକ୍ଷ ଭୋଟରଙ୍କ ନାମ ବେଆଇନ ଭାବେ ହଟାଯାଇଥିବା ମମତା ଅଭିଯୋଗ କରିଛନ୍ତି। ଆବଶ୍ୟକ ପଡ଼ିଲେ ସେମାନଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି।