ନିଟ ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ଥିବା ପୂର୍ଣ୍ଣିମା ପୂଜାରୀ କୁ ସମ୍ବର୍ଦ୍ଧନା
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ଦେବେନ୍ଦ୍ର ପୁଝାରୀ ଓ ରେବତୀ ପୁଝାରୀଙ୍କ ଝିଅ ପୂର୍ଣ୍ଣିମା ପୁଝାରୀ ସର୍ବଭାରତୀୟ ନିଟ୍ (ୟୁଜି) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ଅନୁସୂଚିତ ଜନଜାତି ବର୍ଗରେ ୪୧୩୭ ରାଙ୍କ୍ ହାସଲ କରିଛନ୍ତି। ପୂର୍ଣ୍ଣିମାଙ୍କ ପ୍ରାଥମିକ ଶିକ୍ଷା ମୁଖୀଗୁଡ଼ା ସରସ୍ୱତୀ ଶିଶୁ ମନ୍ଦିରରୁ ଆରମ୍ଭ ହୋଇଥିବା ବେଳେ ଷଷ୍ଠ ଶ୍ରେଣୀରୁ ଜୟପାଟଣା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଯୁକ୍ତ ଦୁଇ ଭବାନୀପାଟଣା ବିକାଶ କଲେଜରେ ସେ ଅଧ୍ୟୟନ କରିଥିଲେ। ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ଅଞ୍ଚଳବାସୀଙ୍କ ସେବା କରିବାକୁ ସେ ଆଶା ପ୍ରକାଶ କରିଛନ୍ତି। ତାଙ୍କର ଏହି ଗୋରବମୟ ସଫଳତା ପାଇଁ ସୋମବାର ସନ୍ଧ୍ୟାରେ ପରିବାର ଓ ସମ୍ପର୍କୀୟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ଣ୍ଣିମାଙ୍କ ସଫଳତାରେ ବଡ଼ପୋଡ଼ାଗୁଡ଼ା ସମେତ ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇ ଥିବାବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।