ଚିନି ଦରରେ ଲାଗିବ ବ୍ରେକ୍! ଖୁବଶୀଘ୍ର ଦରରେ ଆସିବ ପରିବର୍ତ୍ତନ: ISMA
ଚିନି ଦର ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକଙ୍କ ପାଇଁ ଆସିଲା ଆଶ୍ୱସ୍ତିର ଖବର । ଆଗାମୀ ୭ ଦିନ ମଧ୍ୟରେ ଚିନି ଦାମ କମିପାରେ ବୋଲି କହିଛି ଇଣ୍ଡିଆନ୍ ସୁଗାର ଆଣ୍ଡ ବାୟୋ-ଏନର୍ଜି ମ୍ୟାନୁଫାକ୍ଚରର୍ସ ଆସୋସିଏସନ୍ ବା ISMA ।ପ୍ରତିକୂଳ ପାଗ, ପାର୍ବଣଋତୁ, କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ କଳାବଜାରୀ ଯୋଗୁ ଚିନିଦର ୧୬ ପ୍ରତିଶତରୁ ୨୫ ପ୍ରତିଶତ ବୃଦ୍ଧି ପାଇଛି । ଅର୍ଥାତ କେଜି ପିଛା ୬୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ବୋଲି ସ୍ପଷ୍ଟ କରିଛନ୍ତି I SMA ସଭାପତି ନିରଜ ଶିରଗାଓକର । କହିଛନ୍ତି, ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ମୋଟ ଚିନି ଉତ୍ପାଦନ ପ୍ରାୟ ୨୭୯ ଲକ୍ଷ ଟନ୍ ରହିବ ବୋଲି ଆକଳନ କରାଯାଇଛି ।ଆଗାମୀ ଦିନରେ ବଜାରକୁ ଚିନିର ଯୋଗାଣ ବଢ଼ିଲେ ଦାମରେ ସ୍ୱାଭାବିକ ଭାବେ ହ୍ରାସ ଆସିବ ବୋଲି ISMA ଆଶା ପ୍ରକାଶ କରିଛି। ଏପରିକି ଆସନ୍ତା ୭ ଦିନ ମଧ୍ୟରେ ଚିନି ଦର କମିବା ଆରମ୍ଭ ହୋଇପାରେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।