ଗଣେଶ ଭାସାଣିରେ  ଭାସିଗଲେ ୪ ଯୁବକ, ୩ ମୃତ, ଜଣଙ୍କୁ ଚାଲିଛି ଖୋଜା

 ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର କାଣ୍ଡୁଆ ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ହଂସୁଆ ନଦୀରେ ଭାସିଯାଇ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସୁଶୀଲ ପଲେଇ, ମଞ୍ଜିତ ସ୍ୱାଇଁ, ରଶ୍ମିରଞ୍ଜନ ନାୟକ ଓ ସ୍ୱପ୍ନଜିତ ବାରିକ । ସମସ୍ତଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି ।ଓରନାଳ ଗ୍ରାମର କିଛି ଯୁବକ ବୁଧବାର ଅପରାହ୍ନରେ ଘର ପାଖ ବୃଦ୍ଧା ନଦୀକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ । ବିସର୍ଜନ ସମୟରେ ଅସାବଧାନତା ହେତୁ ୪ ଜଣ ଯୁବକ ନଦୀର ପ୍ରବଳ ସ୍ରୋତରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତୁରନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଆଉ ଜଣଙ୍କ ମୃତଦେହ ମଧ୍ୟ ନଦୀରୁ ଉଦ୍ଧାର କରାଯାଇଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି ।ସେପଟେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ ଜଣେ 8ମ ଶ୍ରେଣୀ ଛାତ୍ର ସୀତାଂଶୁ ଜେନା ପୋଖରୀରେ ବୁଡ଼ିଯାଇଥିଲେ । ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।