ବିଶ୍ୱନାଥପୁର ମଣ୍ଡଳ ସାଧାରଣ ସମ୍ପାଦକ ଗୌତମ କୁମାର ନାଗ ଙ୍କ ସଡ଼କ ଦୁର୍ଘଟଣା*
*କଳାହାଣ୍ଡି ଜିଲ୍ଲା ବିଜେପି ର ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ମଣ୍ଡଳ ର ସାଧାରଣ ସମ୍ପାଦକ ଗୌତମ କୁମାର ନାଗ ଙ୍କ କାଲି ସନ୍ଧ୍ୟା ପ୍ରାୟ ୬:୪୫ ସମୟରେ ସଡ଼କ ଦୁର୍ଘଟଣା ଘଟି ଯାଇ ଅଛି । ସୂଚନା ରୁ ପ୍ରକାଶ ଯେ କାଲି ସକାଳୁ ଶ୍ରୀ ନାଗ ତାଙ୍କ ସଡୁ ଘରକୁ ଏକ ଦଶାହ କାର୍ଯ୍ୟ ରେ ଯୋଗ ଦେବା ପାଇଁ ଭବାନୀପାଟଣା ସଦର ଅନ୍ତରଗତ ଦେପୁର ଗ୍ରାମ କୁ ନିଜ ଦୁଇ ଚକିଆ ଯାନ ମାଧ୍ୟମରେ ଯାଇ ସନ୍ଧ୍ୟା ସମୟରେ ଫେରୁ ଥିବା ବେଳେ ପୋଖରୀବନ୍ଧ ନିକଟରେ ରାସ୍ତା ର ଏକ ଖାଲ ସାମ୍ନା ରେ ଟ୍ରକ ମାନେ ଘାଟି ନ ଚଢି ପାରୁଥିବାରୁ ବଡ଼ ବଡ଼ ପଥର ସବୁ ଚକ ତଳେ ଦେଇ ରାସ୍ତା ରେ ଛାଡି ଯାଇ ଥିବାରୁ ଉକ୍ତ ପଥର ରେ ତାଙ୍କ ଗାଡି ଟି ବାଡେଇ ହୋଇ ଭାରସାମ୍ୟ ହରାଇ ଥିବାରୁ ପଡି ଯାଇ ଥିଲେ ଏବଂ ତାଙ୍କ ମୁଣ୍ଡ ଆଉ ମୁହଁରେ ଜୋର ରେ ଆଘାତ ହବାରୁ ଅଚେତ ଅବସ୍ଥାରେ ପଡି ରହି ଥିଲେ ।

କୌଣସି ସୂତ୍ର ରୁ ବିଶ୍ୱନାଥପୁର ପୋଲିସ ଖବର ପାଇ ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିବା ବେଳେ ସେଠାକାର ଡାକ୍ତର ତାଙ୍କୁ ଭବାନୀପାଟଣା ମୁଖ୍ୟ ସିକିତ୍ସାଳୟ କୁ ସ୍ଥାନାଂତର କରିଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟ ରେ ଟିକିଏ ସୁଧାର ଆସିଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କ ରେ ସୂଚନା ପାଇ ଆଜି ସକାଳୁ ବିଶ୍ୱନାଥପୁର ମଣ୍ଡଳ ର ସଭାପତି ତୁଳସୀ ମାଝୀ, ଓ ବି ସି ମୋର୍ଚ୍ଚା ସଭାପତି ମିଲନ କୁମାର ମହାପାତ୍ର ମିଡ଼ିଆ ସେଲ ସଂଯୋଜକ ଶେଖର ସୁମନ ଦାଶ, ଉପ ସଭାପତି ଅଶୋକ ପରିଡା, ଯୁବ ମୋର୍ଚ୍ଚା ସଭାପତି ସଞ୍ଜୟ ଛତ୍ରିଆ,ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ନକୁଳ ବେନୁଆ ଓ ଶକ୍ତି କେନ୍ଦ୍ର ପ୍ରମୁଖ ଉଆଁସୁ ପରାଭୋଇ ମେଡିକାଲ ଯାଇ ଗୌତମ ନାଗ ଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ବିଷୟରେ ବୁଝି ଆସିଥିଲେ । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।