ଗୋବିନ୍ଦାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପତ୍ନୀ ସୁନୀତା !

ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର୍ ଧରିଛି। ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ଏବଂ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଛି।ଜୀବନରେ ସବୁକିଛି ଠିକ ଚାଲୁନଥିବା ପରି ମନେହେଉଛି। ଏହି ପରିପ୍ରେକ୍ଷୀରେ, ଦୀପାବଳି ପୂର୍ବରୁ ସୁନିତା ଆହୁଜା ନିଜର କିଛି ଭାବନା ପ୍ରକାଶ କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ବେଶ ଭାବବିହ୍ବଳ କରିଦେଇଛି। ଅତୀତକୁ ମନେ ପକାଇ ସେ କହିଛନ୍ତି ଯେ, ଦୀପାବଳି ସମୟରେ ଏବେ ତାଙ୍କ ଘର ଖାଲି ଲାଗୁଛି ଏବଂ ତାଙ୍କୁ ଏକାକୀ ହିଁ ଏହି ପର୍ବ ପାଳନ କରିବାକୁ ପଡ଼ୁଛି।ସୁନୀତା କହିଛନ୍ତି, ପିଲାମାନେ ବଡ଼ ହୋଇଯିବା ପରେ ଘର ଖାଁ ଖାଁ ଲାଗୁଛି। ସେମାନଙ୍କୁ ଘରେ ରହିବାକୁ ମଧ୍ୟ କହିପାରୁନାହାନ୍ତି। ତେଣୁ ଏବେ ସେ ନିଜେ ଏକୁଟିଆ ଦୀପାବଳି ପାଳନ କରୁଛନ୍ତି। ଘରେ ଦୀପ ଜଳାଇବା ସହ ମିଠା ଖାଇ ଉତ୍ସବ ପାଳନ କରୁଛନ୍ତି। ତେବେ ତାଙ୍କୁ ଡାଇବେଟିସ ଥିବାରୁ ମିଠା କମ୍ ଖାଆନ୍ତି ବୋଲି ମଧ୍ୟ କହିଛନ୍ତି।ବିବାହ ପରେ ପ୍ରଥମ ଦୀପାବଳିରେ କ’ଣ ଉପହାର ଦେଇଥିଲେ ଗୋବିନ୍ଦା?ସାକ୍ଷାତକାରରେ ସୁନୀତା ବିବାହ ପରେ ଶାଶୂଘରେ ପାଳନ କରିଥିବା ପ୍ରଥମ ଦୀପାବଳିର ସ୍ମୃତି ମଧ୍ୟ ମନେ ପକାଇଛନ୍ତି। ସେ କହିଛନ୍ତି, ବିବାହ ପରେ ପ୍ରଥମ ଦୀପାବଳିରେ ତାଙ୍କ ଶାଶୂ ତାଙ୍କୁ ଏକ ଶାଢ଼ି ଓ ସୁନାର ସେଟ୍ ଉପହାର ଦେଇଥିଲେ। ଗୋବିନ୍ଦା ମଧ୍ୟ ତାଙ୍କୁ ଦୀପାବଳି ଉପହାର ଦେଇଥିଲେ। ହେଲେ ଏବେ ଗୋବିନ୍ଦା ଟିକେ କଞ୍ଜୁସ୍ ହୋଇଯାଇଛନ୍ତି ବୋଲି ମଜାଳିଆ ଢଙ୍ଗରେ କହିଛନ୍ତି ସୁନୀତା।