ତହସିଲ କାଯ୍ୟଳୟରେ ପାନୀୟ ଜଳ ସମସ୍ୟା, ଜନସାଧାରଣ ଅସୁବିଧାର ସମ୍ମୁଖୀନ
ଗଣିଆ (-ବିଶ୍ୱରଞ୍ଜନ ସେଠି))- ଯେତେ ଖରା ବଢୁଛି ପାନୀୟ ଜଳ ସମସ୍ୟା ସେତେ ବଢ଼ିବାରେ ଲାଗିଛି
। ଗଣିଆ ତହସିଲ କାଯ୍ୟଳୟରେ ୧୫ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ପାନୀୟ ଜଳ ଯୋଗାଣ ପାଇପରେ ପାଣି ଆସୁନି । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦାବି ହୋଇଥିଲେ ହେଁ କେହି କର୍ଣ୍ଣାପତ କରୁନାହାନ୍ତି । ଜନସାଧାରଣ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । , ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଣିଆ ତହସିଲ କାଯ୍ୟଳୟରେ ! ଗଣିଆ ବ୍ଲକର ଆଠ ଗୋଟି ପଂଚାୟତ ନେଇ ଗଠିତ, ଗଣିଆ ତହସିଲକାଯ୍ୟଳୟକୁ ପ୍ରତେକ ଦିନ ଶହ ଶହ ଲୋକ ମାନେ ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ବାର୍ଷିକ ଆୟ ପ୍ରମାଣ ପତ୍ର, ଲିଗାଲ ହେୟାର ରେଜେଷ୍ଟ୍ରି ଓ ଜମିଜମା ଆଦି କାର୍ଯ୍ୟ କରିବା ପାଇଁ ଆସୁଛନ୍ତି, ଲୋକ ମାନେ ଖରାଦିନରେ ପାଣି ଟୋପାଏ ପାଇଁ ପାରୁନାହାନ୍ତି, ଫଳରେ ଲୋକ ମାନେ ଅସୁବିଧା ହେଉଛି,, ଆଜକୁ ୧୫ଦିନ ହେଲା ପାଣି ମଟରଟି ଖରାପ ହେବା ଯୋଗୁ ଅଫିସର କର୍ମଚାରୀ ଓ ଜନସାଧାରଣ ଲୋକ ମାନେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, । ପାଣି ମଟରଟି ଖରାପ ହେଲା ଦିନ ଠାରୁ ଗଣିଆ ତହସିଲ ଅଫିସ ତରଫରୁ ନୟାଗଡ ଜ଼ିଲ୍ଲା ଅଫିସ ସହିତ ଗଣିଆ ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କୁ ଚିଠି ହୋଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି, ଯାହା ଫଳରେ ଲୋକ ମାନଙ୍କ ଠାରୁ ଆରମ୍ଭ ଅଫିସ କର୍ମଚାରୀ ମାନେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଗଣିଆ ରେ ଜନସାଧାରଣ ଲୋକ ମାନେ କୁହନ୍ତି ଯେ ଅଫିସ ରେ ସରକାରୀ କର୍ମଚାରୀ ମାନଙ୍କ କଥା ଶୁଣୁନାହାନ୍ତି ଯଦି ଜନସାଧାରଣ ଲୋକ ମାନଙ୍କ ଦୁଃଖ ବୁଝିବା ପାଇଁ କେତେ ଦିନ ସମୟ ଲାଗିବା ବୋଲି ଆଲୋଚନା ହେଉଛି, ତୁରନ୍ତ ! ମଟରଟି ମରାମତି କରି ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଜନସାଧାରଣ ଲୋକ ମାନେ ଜ଼ିଲ୍ଲାପାଳ ଅଭିଯୋଗ କରିଥିଲେ,କିନ୍ତୁ
୧୫ ଦିନ ବିତିଯାଇଥିଲେ ମଧ୍ୟ ସରକାରୀ କାଯ୍ୟଳୟରେ ପାନୀୟ ଜଳ ସମସ୍ୟା ଦୁର ହେଉନଥିବା ବେଳେ ଲୋକଙ୍କ ସମସ୍ୟା କିଭଳି ସମାଧାନ ହେଉଥିବ ତାହା ଆପଣ ମାନେ ଅନୁମାନ କରିପାରିଥିବେ ! ତେବେ ତହସିଲ କାଯ୍ୟଳୟ ରେ ଖୁବ ଶୀଘ୍ର ପାନୀୟ ଜଳ Stupid ଦୁର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
