ଦଶବାଟିଆ ରେ ଦୁଇ ବାଇକି ମୁହାଁ ମୁହିଁ ଧକ୍କା,ଜଣେ ମୃତ,୩ଗୁରୁତର
ପୁରୀ:- 03/09/2026 କୋଣାର୍କ ଭୁବନେଶ୍ୱର ମୁଖ୍ୟ ରାସ୍ତା ଦଶବାଟିଆ ଛକ ନିକଟ ରେ ମର୍ମନ୍ତୁଙ୍କ ଦୁର୍ଘଟଣା ଘଟଣା ରେ ଜଣେ ଯୁବକର ମୃତ୍ୟୁ ହୋଇଥିଲା ବେଳେ ଆଉ ୩ଜଣ ଗୁରୁତର ହୋଇଗୋପ ପରେ ଭୂବନେଶ୍ୱର ମେଡ଼ିକାଲ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।ସୂଚନା ମୁତାବକ ଭୁବନେଶ୍ୱର ରୁ ଏକ ୟୁନିକର୍ଣ ହୋଣ୍ଡା ଗାଡି ନଂ OR 02. BL. 6321ରେ ନିଜ ଗାଁ କୋଣାର୍କ ଥାନା ଅଧିନ ଧନୀତ୍ରୀ ଜଗନ୍ନାଥ ପଡା ଗ୍ରାମକୁ ତାପସ ରଞ୍ଜନ ବେହୁରା(୪୨) ଓ ସାଥିରେ ମାମୁଁ ଗୋପ କୁଶୁପୁର ଗ୍ରାମର ରମେଶ ନାୟକ(୬୦) ଅସୁଥିଲାବେଳେ ବାଲିପାଟଣା ଥାନା ଅଂଚଳର ବବୁଲ ବେହେରା(୧୬)ଓ ସାଥି ଅର୍ଜୁନବେହେରା (୨୩) କୋଣାର୍କ ରୁ ଗୋପ ଅଭିମୁଖେ ଏକ ସ୍କୁଟି OD 13.N.7713 ଟିଭିଏସେ ଜୁପିଟରରେ ଯାଉଥିଲା ବେଳେ ଉଭୟ ଙ୍କ ମଧ୍ୟରେ ଦଶବାଟିଆ ଛକ ନିକଟ ରର ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଗୁରୁତର ଅବସ୍ଥା ରେ ରକ୍ତ ଜୁଡୁବୁଡୁ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।

ଧକ୍କା ଏତେ ଜୋର ରେ ହୋଇଥିଲା ଯେ ଶବ୍ଦ ରେ ଆଖପାଖ ଲୋକ ଦଉଡି ଆସି ଗୁରୁତର ଅବସ୍ଥାରେ ପଡିଥିବା ୪ ଜଣଙ୍କୁ ଉଦ୍ଧାର କରି ତୁରନ୍ତ କୋଣାର୍କ ପୋଲିସ କୁ ଖବର ଦେଇ ଆମ୍ବୁଲାନ୍ସ ରେ ପ୍ରଥମେ ଗୋପ ମେଡ଼ିକାଲ କୁ ସ୍ଥାନ୍ତରିତ କରିଥିଲେ ।ଡାକ୍ତର ସେଠି ଧନୀତ୍ରୀ ଜଗନ୍ନାଥ ପଡା ଗ୍ରାମର ତାପସ ରଞ୍ଜନ ବେହୁରା(୪୨) ଙ୍କୁ ମୃତ ଘୋଷଣା କରିଥିଲେ ।ଅନ୍ୟ ୩ ଜଣ ଗୁରୁତର ହେବାରୁ ସେମାନଙ୍କୁ ଆମ୍ବୁଲାନ୍ସ ରେ ଭୁବନେଶ୍ୱର କୁ ସ୍ଥାନ୍ତରିତ କରାଯାଇଛି ।କୋଣାର୍କ ପୋଲିସ ଘଟଣାସ୍ଥଳ ରେ ପହଁଛି ଦୁଇ ବାଇକି କୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଶବ କୁ ଛାରିଛକ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛନ୍ତି ।ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ