ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନଙ୍କ ୮୮ ତମ ଜନ୍ମଦିନ

ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନ ଫେବୃଆରୀ ୩, ୨୦୨୬ରେ ତାଙ୍କର ୮୮ ତମ ଜନ୍ମଦିନ ପାଳନ କରୁଛନ୍ତି । ‘କାଗଜ କେ ଫୁଲ,’ ‘ପ୍ୟାସା ଏବଂ ‘ଗାଇଡ୍’ ଭଳି କ୍ଲାସିକ୍ ଫିଲ୍ମରେ ତାଙ୍କର ସ୍ମରଣୀୟ ଭୂମିକା ପାଇଁ ଜଣାଶୁଣା । ୱାହିଦା ରେହମାନ ତେଲୁଗୁ ସିନେମାରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ୧୯୫୫ ର ଚଳଚ୍ଚିତ୍ର ‘ରୋଜୁଲୁ ମାରାଇ”, ଯେଉଁଥିରେ ସେ ଏକ ଗୀତରେ ଡ୍ୟାନ୍ସର ଭାବରେ ମଧ୍ୟ ଅଭିନୟ କରିଥିଲେ ।ୱାହିଦା ରହମାନ (ଜନ୍ମ: ୩ ଫେବୃଆରୀ ୧୯୩୬) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ତେଲୁଗୁ, ତାମିଲ, ହିନ୍ଦୀ, ବଙ୍ଗଳା ଓ ମାଲାୟଲମ କଥାଚିତ୍ର ଜଗତରେ କାମ କରନ୍ତି । ହିନ୍ଦୀ କଥାଚିତ୍ର ଜଗତର ଅନ୍ୟତମ ସଫଳ ଅଭିନେତ୍ରୀ ଭାବରେ ସେ ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ତିନୋଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ଭାରତ ସରକାର ତାଙ୍କୁ ୧୯୭୨ ମସିହାରେ ପଦ୍ମଶ୍ରୀ ଏବଂ ୨୦୧୧ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ।୧୯୫୫ ମସିହାରେ ସେ ତେଲୁଗୁ କଥାଚିତ୍ର ରୋଜୁଲୁ ମାରାୟି ଜରିଆରେ କଥାଚିତ୍ରରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଠି ସେ ଜଣେ ନର୍ତ୍ତକୀ ଭାବରେ କାମ କରିଥିଲେ । ସେ ହିନ୍ଦୀ କଥାଚିତ୍ର ନିର୍ମାତା ଗୁରୁ ଦତ୍ତଙ୍କ ରୋମାଣ୍ଟିକ୍ କଥାଚିତ୍ର ପ୍ୟାସା (୧୯୫୭), କାଗଜ କା ଫୁଲ୍ (୧୯୫୯) ଆଦିରେ ଅଭିନୟ କରିବା ପରେ ଚୌଦହବି କା ଚାନ୍ଦ୍ (୧୯୬୦), ସାହେବ ବିବି ଔର୍ ଗୁଲାମ୍ (୧୯୬୨) ଆଦିରେ ଅଭିନୟ କରିଥିଲେ । ୧୯୬୫ ମସିହାରେ ତାଙ୍କ ଅଭିନୀତ ରୋମାଣ୍ଟିକ୍ ଫିଲ୍ମ ଗାଇଡ୍ ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ୧୯୬୮ରେ ନୀଲ୍ କଲମ୍ ପାଇଁ ତାଙ୍କୁ ପୁଣିଥରେ ଫିଲ୍ମଫେୟାର୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ଏବଂ ୧୯୬୭ ଓ ୧୯୭୦ରେ ଫିଲ୍ମଫେୟାର୍ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ଅପରାଧିକ ଡ୍ରାମା ରେଶ୍ମା ଔର୍ ଶେରା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।