ଭାଜପାରେ ସାମିଲ ହେଲେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି।

ଦିଲ୍ଲୀ ମୁଖ୍ୟାଳୟରେ ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି। ୨ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା ଅନୁଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଅନୁଭବ। କିଛି ଦିନ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଅନୁଭବ ଦୂରେଇ ରହୁଥିଲେ। ଦିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ତାଙ୍କୁ ଦେଖିବାକୁ ମିଳୁ ନ ଥିଲା। ବିଭିନ୍ନ ସମୟରେ ନିଜ ମନ୍ତବ୍ୟକୁ ନେଇ ବିବାଦରେ ରହି ଆସୁଥିଲେ। ଏପରିକି ନିଜ ପାରିବାରିକ କଳହକୁ ନେଇ ମଧ୍ୟ ବିବାଦରେ ଥିଲେ।ଦଳରେ ମିଶିବା ପରେ ଅନୁଭବ କେଉଁଠୁ ଲଢିବେ ତାହା ଉପରେ ନଜର ରହିଛି।

ନିଜ ପାରିବାରିକ ବିବାଦକୁ ନେଇ ବିବାଦରେ ଥିଲେ ଅନୁଭବ। ଏଥିପାଇଁ ବିଜେଡି ପକ୍ଷରୁ ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଥିଲା।୨୭ ଏପ୍ରିଲ ୨୦୧୩ରେ ବିଜେଡିରେ ଅନୁଭବ ସାମିଲ ହୋଇଥିବା ବେଳେ ୨୦୧୪ର ବିଜେଡି ଟିକେଟ୍‌ରେ ରାଜ୍ୟ ସଭା ଏମ୍‌ପି ହୋଇଥିଲେ। ସର୍ବକନିଷ୍ଠ ରାଜ୍ୟ ସଭା ଏମ୍‌ପି ଥିଲେ ଅନୁଭବ ମହାନ୍ତି। ତେବେ ୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ବିଜେଡି ତାଙ୍କୁ ମଇଦାନକୁ ଓହ୍ଲାଇଥିଲା। ସେ ବୈଜୟନ୍ତଙ୍କୁ ପରାସ୍ତ କରି କେନ୍ଦ୍ରାପଡ଼ା ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।