ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରର ପ୍ରସ୍ତୁତି ବୈଠକ
କୁଜଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ବ୍ଲକ ପ୍ରଶାସନ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରର ପ୍ରାକ୍ ପ୍ରସ୍ତୁତି ବୈଠକ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ନାନାରାଣୀ ସାହୁ, ବିଡିଓ ବାପକ ପ୍ରସାଦ ସାଇଁ, ତାହସିଲ ସତ୍ୟଜିତ ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଗାମୀ ୨୭ ତାରିଖରେ ରାମଦେବ ଉଚ୍ଚ ବିଦ୍ୟାଳୟ କୁଜଙ୍ଗ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଭିନ୍ନକ୍ଷମ ଶିବିରକୁ କିଭଳି ସୁଚାରୁ ରୂପେ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସମସ୍ତ ସରପଞ୍ଚ ଏବଂ ଅଙ୍ଗନବାଡି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ କୁଜଙ୍ଗ ବ୍ଲକ ର ସସ୍ମିତା ଦାସ ବି ଉପସ୍ଥିତ ଥିଲେ କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ hrtv ଓଡ଼ିଆ