ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ପହଞ୍ଚିଲେ ଝାଡ଼ଖଣ୍ଡର ଟିମ୍‌

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ ଘଟଣା । ଉଦ୍ଧାର ଝାଡ଼ଖଣ୍ଡ ନାବାଳିକାଙ୍କ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଝାଡ଼ଖଣ୍ଡର ଶିଶୁ ଆୟୋଗର ସ୍ଵତନ୍ତ୍ର ଟିମ୍ । ଝାଡ଼ଖଣ୍ଡ ଚାଇଲଡ କମିସନଙ୍କ ୩ ଜଣ JSCPCR( Jhadkhand state commision for protection of chlid rights ) ସଦସ୍ୟ ଓ ଓଡିଶା ଚାଇଲଡ କମିସନ ମେମ୍ବର ସୁଜାତା ନାୟକ ଓ କ୍ୟାପିଟାଲ ଥାନା ପୁଲିସ ସହ ଗୁରୁତ୍ୱପୂର୍ଣ ଆଲୋଚନା କରିଛନ୍ତି। ଏହି ଟିମ୍‌ ନାବାଳିକା ରହୁଥିବା ସ୍ବଧାରଗୃହକୁ ଯାଇ ପଚରାଉଚୁରା କରିଛନ୍ତିI ନାବାଳିକା ପୀଡ଼ିତାଙ୍କ ବୟାନ ରେକେର୍ଡ କରିବା ସହ ଝାଡ଼ଖଣ୍ଡ ଟିମ ସମସ୍ତ ରେକର୍ଡ କ୍ୟାପିଟାଲ ଥାନା ପୁଲିସ ଠାରୁ ନେଇଥିବା ସୂଚନା ମିଳିଛି Iଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ । ବିଭିନ୍ନ ପ୍ରକାର ନମୁନା ସଂଗ୍ରହ ସହ ଘରେ ଛାନଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍ । ସେପଟେ ଘଟଣାକୁ ରେଡଫ୍ଲାଗ ଅନ୍ତର୍ଭୁକ୍ତ କରିଛି CA । ୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ । ଜଣେ ବରିଷ୍ଠ ମହିଳା ଆଇପିଏସ ଘଟଣାକୁ ମନିଟର କରିବେ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି ।କମିସନରେଟ୍‌ ପୁଲିସ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ସଞ୍ଜୀବ ଦାସଙ୍କ ତିନିମହଲା କୋଠା ଯାଜ୍ଞସେନୀ ‘ନିବାସ’କୁ ବେଶ୍ୟାଳୟ ଘୋଷଣା କରିଛି। ସେହିଭଳି ଏହି କୋଠାର ଦ୍ବିତୀୟ ଓ ତୃତୀୟ ମହଲାରେ ଥିବା ୬ଟି ଘର ସହ ସମ୍ପୂର୍ଣ୍ଣ ବିଲ୍ଡିଂକୁ ସିଲ୍‌ କରାଯାଇଛି। ଏହି ମାମଲାରେ ଘରମାଲିକ ସଞ୍ଜୀବ ଦାସଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଏହି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସଞ୍ଜୀବଙ୍କୁ ପୁଲିସ ମାରାଥନ୍‌ ଜେରା କରିଛି। ସେ କେଉଁ ଉଦ୍ଦେଶ୍ୟରେ କିଙ୍ଗପିନ୍‌ ମଞ୍ଜୁ ସେଠୀଙ୍କୁ ଘରଭଡ଼ା ଦେଇଥିଲେ? କେବେଠାରୁ ଭଡ଼ାରେ ଦେଇଥିଲେ? କେବେଠାରୁ ସେକ୍ସ ରୢାକେଟ୍‌ ଚାଲିଥିଲା? ସେ କେବେଠାରୁ ଏଥିରେ ସମ୍ପୃକ୍ତ ହୋଇଥିଲେ? ଏସବୁ ପ୍ରଶ୍ନର ଉତ୍ତର ସଞ୍ଜୀବ ଦେଇପାରି ନଥିଲେ। ପୁଲିସକୁ ଭୁଆଁ ବୁଲାଇବାକୁ ସଞ୍ଜୀବ ଚେଷ୍ଟା କରିଥିଲା। ସମସ୍ତ ତଥ୍ୟ ଆଧାରରେ ପୁଲିସ ଏହି ଘରକୁ ବେଶ୍ୟାଳୟ ଘୋଷଣା କରିଛି। ଏବେ ନାବାଳିକା HIV ପଜିଟିଭ୍ ଚିହ୍ନଟ ପରେ ଆସିଥିବା ଗ୍ରାହକଙ୍କ ମଧ୍ୟରେ ମଧ୍ୟ ଭୟ ସୃଷ୍ଟି ହୋଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଚାଛପାରେ ଏଭଳି ସେକ୍ସ ରାକେଟ ଚାଲିଥିବା ବେଳେ କେବଳ ଜଣେ ହିଁ HIV ପଜିଟିଭ୍ ନା ଏମିତି ଅନେକ HIV ପଜିଟିଭ୍ ଅଛନ୍ତି ତା’କୁ ନେଇ ବି ବଡ଼ ପ୍ରଶ୍ନ ଉଠିଲାଣି ।