କୁଜଙ୍ଗ ତା 24/10କୁଜଙ୍ଗ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ୨୦୨୫
ଜଗତସିଂହପୁର, ତା ୨୪.୧୦.୨୫ ରିଖ
ଚଳିତ ବର୍ଷ ୨୦୨୫ ରେ ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ଆୟୋଜିତ ହେବ। ବିଭିନ୍ନ ବିଭାଗର ଡାକ୍ତର ମାନଙ୍କୁ ଏଥିପାଇଁ ନିୟୋଜିତ କରଯାଇଛି ।ଆଜି କୁଜଙ୍ଗ ବ୍ଲକ୍ ଓ ପାରାଦ୍ଵୀପ ପୌର ପରିଷଦ ନିମନ୍ତେ ବନ ବିହାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏହି ଶିବିର ଆୟୋଜିତ ହୋଇଯାଇଛି।ଶିବିରରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ଭିନ୍ନକ୍ଷମ ମାନଙ୍କର ପରୀକ୍ଷା କରାଯାଇଥିଲା।ଏହି ଶିବିର ରେ ମୋଟ ୨୬୫ ଜଣ ରେଜିଷ୍ଟ୍ରେସନ୍ କରିଥିବା ବେଳେ ୧୯୪ ଜଣ ଡାକ୍ତରୀ ମାଇନା ପାଇଁ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଡାକ୍ତରୀ ପରୀକ୍ଷା ପରେ ନାକଚ କରାଯାଇଥିଲା। ଏହି ଶିବିର ରେ ଅସ୍ଥି ଶଲ୍ୟ ବିଭାଗରେ ୭୨, ଇ ଏନ୍ ଟି ରେ ୧୫, ଭେଷଜ ବିଭାଗ ରେ ୧୩, ଚକ୍ଷୁ ବିଭାଗରେ ୧୫, ମାନସିକ ଅନଗ୍ରସର ୩୩, ସ୍ନାୟବିକ ଅନଗ୍ରସର ୪୯, ଶିଶୁ ରୋଗ ୨ଜଣ, ଙ୍କ ର ପରୀକ୍ଷା କରଯାଇଥିଲା।୧ ଜଣଙ୍କୁ ପୁନଶ୍ଚ ପରୀକ୍ଷା ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଯାଇଥିଲା।
ଆଜିର ଶିବିର ରେ କୁଜଙ୍ଗ ବ୍ଲକ୍ ଚେୟାରମ୍ୟାନ୍,ବିଡ଼ିଓ କୁଜଙ୍ଗ, ଶ୍ରୀ ଦୀପକ ପ୍ରସାଦ ସ୍ୱାଇଁ ଶିବିର ଉଦ୍ଘାଟନ କରିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଉପସ୍ଥିତ ଥିଲେ। କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ HRTV ଓଡ଼ିଆ
