୫ କେଜି ସିଲିଣ୍ଡର ବ୍ୟବହାରକାରୀ ସାବଧାନ! ରିଫିଲ କଲେ ଦେବାକୁ ହେବ ଏତିକି ଟଙ୍କା ଅଧିକ
୫ କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡର ଏବେ ଘରକୁ ମଗାଇଲେ ଗ୍ରାହକଙ୍କୁ ଅଧିକ ଶୁଳ୍କ ଦେବାକୁ ହେବ। ହୋମ ଡେଲିଭେରୀ ପାଇଁ ଆପଣଙ୍କୁ ପ୍ରତି ରିଫିଲ ପିଛା ୨୫ ଟଙ୍କାର ଅତିରିକ୍ତ ଡେଲିଭରି ଶୁଳ୍କ ଦେବାକୁ ପଡ଼ିବ। ରିପୋର୍ଟ ଅନୁଯାୟୀ, ଛୋଟ ସିଲିଣ୍ଡରଗୁଡ଼ିକର ହୋମ ଡେଲିଭରିରେ ହେଉଥିବା ପରିବହନ ଖର୍ଚ୍ଚ (Transportation Cost) ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚକୁ ସନ୍ତୁଳିତ କରିବା ପାଇଁ ଏହି ସାମାନ୍ୟ ଶୁଳ୍କକୁ ବାଧ୍ୟତାମୂଳକ କରାଯାଇଛି। ତୈଳ କମ୍ପାନୀଗୁଡ଼ିକର ଉଦ୍ଦେଶ୍ୟ ହେଉଛି ସେବା ପ୍ରଦାନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ ଏବଂ ଉନ୍ନତ କରିବା।ଯଦି ଆପଣ ଏହି ୨୫ ଟଙ୍କାର ଅତିରିକ୍ତ ହୋମ ଡେଲିଭରି ଚାର୍ଜରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ନିଜେ ନିକଟସ୍ଥ ଗ୍ୟାସ ଏଜେନ୍ସି କିମ୍ବା ସ୍ବୀକୃତିପ୍ରାପ୍ତ ରିଟେଲର ପଏଣ୍ଟକୁ ଯାଇ ନିଜର ସିଲିଣ୍ଡର ରିଫିଲ କରି ଆଣନ୍ତୁ।