ରୁପା ଦାମ୍ ସ୍ଥିର ଥିବାବେଳେ କମିଛି ସୁନା ଦର
ଭାରତୀୟ ବଜାରରେ ସୁନା ଓ ରୂପା ଦରରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ କାରବାର ଆରମ୍ଭ ହେବା ମାତ୍ରେ ଉଭୟର ଦର ଖସିଥିଲା।ମଙ୍ଗଳବାର ଦିନ ୧ କିଲୋଗ୍ରାମ ରୂପା ଦରରେ ହଠାତ୍ ୫,୨୯୬ ଟଙ୍କାର ହ୍ରାସ ଘଟି ଏହା ୨,୩୦,୮୦୩ ଟଙ୍କାର ସ୍ତରକୁ ଖସି ଆସିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୪୫,୨୬୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୩,୧୫୦ ଟଙ୍କା ଛୁଇଁଛି ।