ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ କିଟ ବଂଟନନିକ୍ଷୟ ମିତ୍ର ହେବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆହ୍ୱାନ
ଗଣିଆ,-(ବିଶ୍ୱରଂଜନ ସେଠି .) ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନ ତଥା ଯକ୍ଷ୍ମାରୋଗୀମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ରୋଗୀଙ୍କ ଉତମ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ମାସିକ ୧୦୦୦ଟଙ୍କା ଅର୍ôଥିକ ସହୟୟତା ପ୍ରଦାନ କରାଯାଉଛି । ,ଡା ସହିତ ଭାରତ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଯେ କୌଣସି ବ୍ୟକ୍ତି ନିକ୍ଷୟ ମିତ୍ରଭାବେ ଯୋଡ଼ି ହୋଇ ଯକ୍ଷ୍ମା ଆକ୍ରାାନ୍ତଙ୍କୁ ଅତିରିକ୍ତ ପୋଷଣ ତଥା ମାନସିକ ସମ୍ବଳ ଯୋଗାଇ ପାରିବେ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ପୂର୍ବାହ୍ନରେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ର୍ୟ ଅଧିକାରୀ ଡାକ୍ତର ମଧୁସୁଦନ ଦାସ ଓ ଯକ୍ଷ୍ମା ତଦାରଖ ଅଧିକାରୀ ଅସିତ କୁମାର ପାଣିଗ୍ରାହୀ ୨ଜଣ ରୋଗୀଙ୍କୁ ଚିହ୍ନଟ କରି ଟିବି ଚାମ୍ପିଆନଙ୍କ ଜରିଆରେ ସେମାନଙ୍କ ଘରକୁ ଯାଇ ପୁଷ୍ଟିକର ଖାଦ୍ୟ ବାକ୍ସ ପ୍ରଦାନ କରିଛନ୍ତି । ସେମାନେ ହେଲେ କିଶୋରପ୍ରସାଦ ଗ୍ରାମର ବୁଦ୍ଧିଆ ସ୍ୱାଇଁ ଓ ମାଳତୀପୁଟ ଗ୍ରାମର ଚିନ୍ମୟ ନାୟକ ।

ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ୱୋଛାକୃତଭାବେ ନିକ୍ଷୟମିତ୍ରଭାବେ ପଂଜିକୃତ ହୋଇ ରୋଗୀଙ୍କ ସହଯୋଗ କରିବାକୁ ଏହି ଅବସରରେ ନିବେଦନ କରାଯାଇଛି । ଯେଉଁ ବ୍ୟକ୍ତିମାନେ ଆଗ୍ରହ ପ୍ରକାଶ କରନ୍ତି ମାଇଁ ଭାରତ ପୋର୍ଟାଲ କିମ୍ବା ନିକଟସ୍ତ ଯକ୍ଷ୍ମାରୋଗ ନିବାରଣ ୟୁନିଟ ତଥା ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରି ଏହି ମହତ କାର୍ଯ୍ୟରେ ସାମିଲ ହୋଇ ପାରିବେ । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀଙ୍କ ସମେତ ସ୍ୱାସ୍ଥ୍ର ସେବିକା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ ।