ମହାନଦୀରେ ଛୋଟ ବନ୍ୟା ଆଶଙ୍କା: ଇଆଇସି

ହୀରାକୁଦରେ ୧୬ ଗେଟ୍ ଖୋଲିଛି, ମହାନଦୀରେ ପାଣି ଫୁଲୁଛି, ତଳମୁଣ୍ଡରେ ପୁଣି ଛନକା ପଶିଛି । କେବଳ ମହାନଦୀ ନୁହେଁ, ବୈତରଣୀ ଓ ଜଳକା ଆଦିରେ ପୁଣି ବନ୍ୟାସ୍ଥିତି ଉପୁଜିପାରେ ବୋଲି ଦେଖାଦେଇଛି ଆଶଙ୍କା । । ଛତିଶଗଡରେ ବର୍ଷା ଯୋଗୁଁ ମହାନଦୀରେ ପାଣିସ୍ତର ବଢିଛି । ମହାନଦୀରେ ଛୋଟ ବନ୍ୟା ଆଶଙ୍କା, ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ପାଣି ରହିବ । ମୁଣ୍ଡଳୀରେ କାଲି ସୁଦ୍ଧା ସାଢେ ୬ ଲକ୍ଷରୁ ୬ ଲକ୍ଷ ୭୦ ହଜାର କ୍ୟୁସେକ ପାଣି ଯିବ । ବଂଶଧାରା ବର୍ଷା ଯୋଗୁଁ ଫ୍ଲାସ ଫ୍ଲଡ ରହିଥିଲା । ଏବେ ପାଣି କମିଗଲାଣି । ଆଗକୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ନଥିବାରୁ ଆହୁରି ସୁଧାର ଆସିବ ।ତେବେ ବନ୍ୟା ପ୍ରକୋପରେ ନାହିଁ ନଥିବା ସମସ୍ୟା ଭୋଗୁଥିବା ଉତ୍ତର ଓଡ଼ିଶାକୁ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଇଆଇସି । କହିଛନ୍ତି, ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ। ଏପଟେ ବଂଶଧାରା ଅପର୍ କ୍ୟାଚମେଣ୍ଟରେ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍ ରହିଥିଲା,।ରାଜ୍ୟର ବନ୍ୟାସ୍ଥିତି ସମୀକ୍ଷା କରି ରାଜସ୍ୱ ମନ୍ତ୍ରୀ କହିଛନ୍ତି, ସମସ୍ତ ନଦୀରେ ଜଳପତ୍ତନ କମିଲାଣି । ଏବେ ବି ୬ ଜିଲ୍ଲା ୨୨ଟି ବ୍ଲକ୍‌ର ୧ ଲକ୍ଷ ୭ହଜାର ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ଅଛନ୍ତି । ୩୭୭ଟି ଘର ଭାଙ୍ଗିଛି । ୨୮ଟି ଓଡ୍ରାଫ୍, ଗୋଟିଏ ଏନ୍‌ଡିଆର୍‌ଏଫ୍‌ ଓ ୪୦ଟି ଅଗ୍ନିଶମ ଟିମ୍ ମୁତୟନ ଅଛନ୍ତି । ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ବନ୍ୟାଞ୍ଚଳରୁ ସଂପୂର୍ଣ୍ଣ ଜଳ ନିଷ୍କାସନ ହେବାକୁ ଆହୁରି ୨ରୁ ୩ ଦିନ ଲାଗିବ ।