ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ
-ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବଲାସିଂହା ଗ୍ରାମ ରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଜଷ୍ଟ ରାଇଟ ଫର୍ ଚିଲଡ୍ରେନ୍ ଦ୍ୱାରା ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ୱାର୍ଡମେମ୍ୱର ,ଏମ୍.ବି.କେ, ସି.ଆର.ପି, ଆଶା,ଅଙ୍ଗନବାଡି କର୍ମୀ,ଏବଂ ଗ୍ରାମ ର କିଛି ସଦସ୍ୟ ଉପସ୍ଥିିତଥିଲେ l ଉକ୍ତ ସଭା ରେ ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା କରାଯାଇ ଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଙ୍କ ତତ୍ଵା ବଧାନ ରେ ପ୍ରକଳ୍ପ ସହଯୋଗୀ ସୋନାଲିସା ଶବର ସଭା ପରିଚାଳନା କରିଥିଲେ l