ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ସୁରକ୍ଷା କମିଟି ବୈଠକ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ମୋଟଙ୍ଗା ପଞ୍ଚାୟତର ନଗାରି ଗ୍ରାମରେ ଅନୁଷ୍ଠିତ ହୋଇଥିଲା lଉକ୍ତ ବୈଠକରେ ୱାର୍ଡ ମେମ୍ବର ସୁପ୍ରିୟା ସାହୁ, ପ୍ରମୋଡ଼ିନି ସ୍ୱାଇଁ ଅଙ୍ଗନବାଡି କର୍ମୀ ନର୍ମଦା ପ୍ରଧାନ, ଆଶା ସେବତୀ ସ୍ୱାଇଁ କମିଟି ର ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ।ବିଶ୍ୱ ଯୁବ କେନ୍ଦ୍ର ଅନୁଷ୍ଠାନ ର ପ୍ରକଳ୍ପ ସହାୟିକା କୁମୁଦିନୀ ସ୍ୱାଇଁ ସମସ୍ତେ ଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ର ଉଦେଶ୍ୟ ବିଷୟରେ ଅବଗତ କରାଇ ଥିଲେ l

ବୈଠକରେ ବାଲ୍ୟ ବିବାହ ଯୋଗୁଁ କିଶୋରୀମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହେବା, ଶାରୀରିକ ଓ ମାନସିକ ବିକାଶ ପ୍ରଭାବିତ ହେବା, ସ୍ୱାସ୍ଥ୍ୟ ସମସ୍ୟା ଏବଂ ପୌଷ୍ଟିକ ଅଭାବ ଭଳି ଗୁରୁତର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହାର ଦଣ୍ଡବିଧାନ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।

ଶିଶୁ ସୁରକ୍ଷା ସହିତ ସ୍କୁଲ ଡ୍ରପ୍‌ଆଉଟ୍‌ ଶିଶୁମାନଙ୍କୁ ପୁନର୍ବାର ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବାଲ୍ୟ ବିବାହ,ଶିଶୁ ଶ୍ରମିକ,କୁ ରୋକିବାକୁ କମିଟି ର ସମସ୍ତ ସଦସ୍ୟ ପ୍ରତିଶୃତି ଦେଇଥିଲେ।

ଏହାସହ କୌଣସି ବାଲ୍ୟ ବିବାହ ସମ୍ପର୍କିତ ସୂଚନା ମିଳିଲେ ତୁରନ୍ତ ପ୍ରଶାସନ କିମ୍ବା ସମ୍ପର୍କିତ ବିଭାଗକୁ ଜଣାଇବା ସହ ଶିଶୁମାନଙ୍କ ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦିଆଯାଇଥିଲା।

ବୈଠକର ଶେଷରେ ଅଙ୍ଗନବାଡ଼ି କମୀ ନର୍ମଦା ପ୍ରଧାନ ଉପସ୍ଥିତ ସମସ୍ତେ ବାଲ୍ୟ ବିବାହମୁକ୍ତ ସମାଜ ଗଠନ ଶିଶୁମାନଙ୍କ ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ଗଠନ କରିବାର ସଙ୍କଳ୍ପ ସହ ବୈଠକଟି ସଫଳତାର ସହ ସମାପ୍ତ ହୋଇଥିଲା।