ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ କରାଯିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।୬ ଶହ କୋଟି ଟଙ୍କା ଖର୍ଚ୍ଚରେ ୧୦ ମହଲା ବିଶିଷ୍ଟ କୋଠା ନିର୍ମାଣ ହେବ । ଏସଆରସି କାର୍ଯ୍ୟାଳୟ, ଏନଡିଆରଏଫ, ଅଗ୍ନିସେବା, ଓଡ୍ରାଫ ଭଳି ସବୁ ବିଭାଗ ରହିବ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଣିକି ରାଜ୍ୟରେ ଜମି କିଣା ବିକା ହେବ ସମ୍ପୂର୍ଣ୍ଣ କ୍ୟାସ ଲେସ । ଗୋଟିଏ ପଇସା ବି କ୍ୟାସରେ ଟ୍ରାଞ୍ଜକ୍ସନ ହେବ ନାହିଁ । ପୂର୍ବରୁ ୧୫ ହଜାର ଯାଏଁ କ୍ୟାସ କାରବାର ହେଉଥିଲା । ଜମି ପଞ୍ଜିକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯଦିଅ କେହି ନିୟମକୁ ଉଲ୍ଲଂଘନ କରୁଥିବାର ନଜର ଆସନ୍ତି । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।ସେହିପରି ଆଉ ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବନି । କେବଳ ଜମି ମାଲିକ ଚିହ୍ନଟ ପାଇଁ ଯିବାକୁ ହେବ । ରେଜିଷ୍ଟ୍ରେସନ ପରେ ଦଲିଲ ମଧ୍ୟ ଅନଲାଇନରେ ପାଇବେ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଖୁଵ ଶୀଘ୍ର ଏସଓପି ଜାରି ହେବ । ଏ