ଆଜିଠାରୁ ସାରା ରାଜ୍ୟରେ ଗାଡ଼ି ଚେକିଂ କଡ଼ାକଡ଼ି
ରାଜ୍ୟରେ ପରିବହନ ବିଭାଗ ପୁଣି ଥରେ ଆରମ୍ଭ କରିଛି ଜୋରଦାର ଚେକିଂ। ଗାଡ଼ିଗୁଡ଼ିକର ଇନସ୍ୟୁରାନ୍ସ ଫିଟନେସ ଓ ପରମିଟକୁ ନେଇ ବଡ଼ ଡ୍ରାଇଭ ଚାଲିବ। ଇନସୁରାନ୍ସ, ଫିଟନେସ ଏବଂ ପରମିଟ୍ ନଥିଲେ ରାସ୍ତାରେ ଚାଲି ପାରିବନି ଗାଡ଼ି। ଆଜିଠାରୁ ଏହାକୁ କଡ଼ାକଡ଼ି କରିଛି ପରିବହନ ବିଭାଗ।ତେବେ ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀ ଓ ସଡ଼କ ସୁରକ୍ଷା ନିୟମ ପାଳନକୁ ନେଇ ଗୁରୁତର ତ୍ରୁଟି କରୁଥିବା ଗାଡ଼ି ଗୁଡ଼ିକୁ ଅଙ୍କୁଶ ଲଗାଇବାକୁ ଆଭିମୁଖ୍ୟକୁ ଆହୁରି କଠୋର କରିବାକୁ ନିଷ୍ପତ୍ତି ହୋଇଛି । ଏଭଳି ଗାଡ଼ିକୁ କେବଳ ଜରିମାନା ଲାଗୁ କରି ଛାଡ଼ିଦେବା ବଦଳରେ ମୋଟର ଯାନ ନିୟମ ଅନୁଯାୟୀ ଜବତ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଏହି ସନ୍ଦର୍ଭରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ARTO) ଓ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ସର୍କୁଲାର ଜାରି କରି ଅବଗତ କରାଇଛି ରାଜ୍ୟ ପରିବହନ ପ୍ରାଧିକରଣ ।