ପୋଲିସକୁ ଚକମା ଦେଇ ହତ୍ୟା ଅଭିଯୁକ୍ତ ଫେରାର

ଫେରାର ମାରିଲା ଦୁର୍ଦ୍ଦାନ୍ତ ହତ୍ୟା ଅଭିଯୁକ୍ତ। ପରିସ୍ରା ଯିବା ବାହାନାରେ ଚକମା ଦେଇ ଅଭିଯୁକ୍ତ ଫେରାର। ସୁନ୍ଦରଗଡ଼ ଜେଲର ବିଚାରାଧୀନ ଅଭିଯୁକ୍ତ ଟେକଚାନ୍ଦ ବେହେରା ମେଡିକାଲରୁ ଫେରାର ହୋଇଯାଇଛି।ପୋଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।ଅଭିଯୁକ୍ତ ହେଲେ ଟେକଚାନ୍ଦ ବେହେରା । ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ରୂପାବାହାଲ ଗ୍ରାମର ଟେକଚାନ୍ଦ ଏକ ହତ୍ୟା ମାମଲାରେ ଗତ ଏପ୍ରିଲ ମାସରୁ ଗିରଫ ହୋଇ ସୁନ୍ଦରଗଡ଼ ଜେଲ୍‌ରେ ଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତକାଲି ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସର୍ଜରୀ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା।

ତେବେ ମଙ୍ଗଳବାର ରାତିରେ ପରିସ୍ରା ଯିବା ବାହାନାରେ ସେ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ପୋଲିସ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ୍ ଚଳାଯାଇଛି।ହେଲେ ଏଯାଏଁ ଅଭିଯୁକ୍ତର କୌଣସି ସନ୍ଧାନ ମିଳିନାହିଁ।