ପୂର୍ବତନ ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ୍
ବଢ଼ିଲା ପୋଲିସ ବାବୁଙ୍କ ଅଡ଼ୁଆ । ପୂର୍ବତନ ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ୍ । ଗିରଫଦାରୀ ଏଡ଼ାଇବା ପାଇଁ ଲୁଚି ବୁଲୁଛନ୍ତି ନିଲମ୍ବିତ ଆଇଆଇସି । ଦୀର୍ଘ ଦିନ ହେଲା ଫେରାର ଥିବାରୁ NBW ଜାରି କଲେ ହାଇକୋର୍ଟ । ସୁଜିତ କେଉଁଠି ଅଛନ୍ତି, ତାଙ୍କୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜୋରଦାର ଖୋଜାଖୋଜି ଜାରି ରହିଛି। ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ମଧ୍ୟ କ୍ରାଇମବ୍ରାଞ୍ଚର ଏକ ଟିମ୍ ଚଢ଼ାଉ ଜାରି ରଖିଛି।ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ସୁଜିତଙ୍କୁ ନିଲମ୍ବନ କରାଯାଇଥିଲା ।