ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆନିମେସନ୍ ଫିଲ୍ମ ପ୍ରସଙ୍ଗ,ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ

ଶ୍ରୀଜଗନ୍ନାଥଙ୍କ ଆନିମେଟେଡ୍ ଫିଲ୍ମ ବିବାଦ ପ୍ରସଙ୍ଗ । ଏହା ଶାସ୍ତ୍ର, ପରମ୍ପରା ଓ ଇତିହାସ ବିରୋଧୀ ବୋଲି କହିଛନ୍ତି ଜଗଦଗୁରୁ ସ୍ବାମୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରସଙ୍ଗରେ କୋର୍ଟଙ୍କ ହସ୍ତକ୍ଷେପ ଅନୁଚିତ।ଫିଲ୍ମରେ ଜଗନ୍ନାଥଙ୍କୁ ବିକୃତ ରୂପରେ ପ୍ରଦର୍ଶନ କରାଯାଇଛି। ଏହାଦ୍ବାରା ହିନ୍ଦୁ ଦେବାଦେବୀଙ୍କ ପ୍ରତି ପିଲାଙ୍କ ମନରେ ଭୁଲ ଧାରଣା ଆସିବ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।ଏହି ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଓ ନିର୍ଣ୍ଣୟକୁ ଆଧାର କରି ଗଜପତି ମହାରାଜାଙ୍କୁ ଚିଠି ଲେଖି ଅବଗତ କରିଛି ମୁକ୍ତିମଣ୍ଡପ ସଭା। ଫିଲ୍ମରେ ଶ୍ରୀଜଗନ୍ନାଥଙ୍କ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ ବୋଲି ସଭା ପକ୍ଷରୁ ଆପତ୍ତି ଜଣାଯାଇଛି।

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତ ଅନୁସାରେ, ମହାପ୍ରଭୁଙ୍କୁ ବିକୃତ ଭାବେ ଦର୍ଶାଇବା ଏକ ଅକ୍ଷମଣୀୟ ଅପରାଧ। ଏଭଳି ଚିତ୍ରଣକୁ ଆଇନସମ୍ମତ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସଭା ପକ୍ଷରୁ କୁହାଯାଇଛି।ଏଥିସହ ଫିଲ୍ମଟିର ପ୍ରସାରଣ ଓ ପ୍ରଚାର ଉପରେ ସମସ୍ତ ମାଧ୍ୟମରେ ରୋକ ଲଗାଇବାକୁ ଦାବି ଉଠିଛି। ମହାପ୍ରଭୁଙ୍କ ଧାର୍ମିକ ଓ ଶାସ୍ତ୍ରୀୟ ସ୍ୱରୂପକୁ ନେଇ କୌଣସି ପ୍ରକାର ବିକୃତ ଉପସ୍ଥାପନା ଗ୍ରହଣୀୟ ନୁହେଁ ବୋଲି ମୁକ୍ତିମଣ୍ଡପ ସଭା ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି।