ବଚସାରୁ ବୀଭତ୍ସ କାଣ୍ଡ, ନାବାଳକକୁ ହତ୍ୟା କଲା ନାବାଳକ

ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ ନାବାଳକ ସାହିଲ ପଟେଲ । କୌଣସି କାରଣକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ପରେ ଘଟିଥିଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ସାହିଲଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଆଗଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।ତାସ ଖେଳ ବେଳେ କୌଣସି କଥାକୁ ନେଇ ଦୁଇ ନାବାଳକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଘଟଣା ଉଗ୍ର ରୂପ ନେଇଥିବା ବେଳେ ଜଣେ ନାବାଳକ ଅନ୍ୟ ଜଣଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଛୁରି ମାଡ଼ରେ ଗୁରୁତର ଆହତ ନାବାଳକଙ୍କ ମୃତ୍ୟୁ ଘଟିଛି।

ଘଟଣା ପରେ ଅଭିଯୁକ୍ତ ନାବାଳକଙ୍କୁ ଆଗଲପୁର ପୋଲିସ ଅଟକ ରଖିଛି। ଘଟଣାର କାରଣ ଓ ସମ୍ପୂର୍ଣ୍ଣ ପରିସ୍ଥିତି ନେଇ ପୋଲିସ ତଦନ୍ତ ଜାରି ରଖିଛି।