ରାମ ମନ୍ଦିର ଟ୍ରଷ୍ଟରୁ ଇସ୍ତଫା ପରେ ଚମ୍ପତ ରାୟଙ୍କ ପ୍ରଥମ ବୟାନ
ରାମ ମନ୍ଦିରର ଦାନ ଚୋରି ମାମଲା କୋଟି କୋଟି ରାମ ଭକ୍ତଙ୍କ ଭାବନାକୁ କଠୋର ଆଘାତ ଦେଇଛି । ଏହି ମାମଲାରେ ବିବାଦ ଛନ୍ଦି ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପୟ ରାୟ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି । ଏବେ ପ୍ରଥମ ଥର ପାଇଁ ସେ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ରାମଭକ୍ତମାନଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଜାରି କରି ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣକୁ ନେଇ ଆସିଛି ଏକ ବଡ଼ ଖବର। ମନ୍ଦିର ନିର୍ମାଣ ଏବଂ ବିକାଶ କାର୍ଯ୍ୟ ପାଇଁ ଏପର୍ଯ୍ୟନ୍ତ କେତେ ଟଙ୍କା ଖର୍ଚ୍ଚ ହୋଇଛି, ସେ ସମ୍ପର୍କରେ ଆନୁଷ୍ଠାନିକ ଭାବେ ତଥ୍ୟ ପ୍ରକାଶ କରିଛି ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’। ନିକଟରେ ଦାନ ଅର୍ଥ ହେରଫେର ଅଭିଯୋଗକୁ ନେଇ ବିବାଦ ଉପୁଜିଥିବା ବେଳେ, ଟ୍ରଷ୍ଟ ନିଜର ଆର୍ଥିକ ସ୍ୱଚ୍ଛତା ପ୍ରମାଣ କରିବା ପାଇଁ ଏହି ବଡ଼ ଆୟ-ବ୍ୟୟର ହିସାବ ଦେଇଛି। ସୂଚନା ଅନୁଯାୟୀ, ମନ୍ଦିର ସ୍ଥାପନ ଦିନଠାରୁ ଏପର୍ଯ୍ୟନ୍ତ ମୋଟ୍ ୩, ୨୬୪ କୋଟି ଟଙ୍କା ନିର୍ମାଣ ଏବଂ ବିକାଶ କାର୍ଯ୍ୟରେ ବ୍ୟୟ କରାଯାଇଛି। ସାରା ବିଶ୍ୱରୁ ଶ୍ରଦ୍ଧାଳୁ ଓ ବିଭିନ୍ନ କର୍ପୋରେଟ୍ ସଂସ୍ଥା ଦେଇଥିବା ଦାନ ଅର୍ଥରେ ଏହି ବିଶାଳ ପାଣ୍ଠି ସଂଗ୍ରହ ହୋଇଥିଲା।ଏହି ତଥ୍ୟ ସେହି ସମୟରେ ଆସିଛି ଯେବେ ଟ୍ରଷ୍ଟର ଦାନ ଅର୍ଥରେ ବଡ ହେରଫେରର ସାଂଘାତିକ ଅଭିଯୋଗ ଆସିଛି । ଏବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରାୟ ୧୨୪ କୋଟି ଟଙ୍କା ଖର୍ଚ୍ଚର ଯାଞ୍ଚ । ତେବେ ସିସିଟିଭି ଫୁଟେଜରୁ ପ୍ରାୟ ୭୦ଟି ଚୋରିର ପ୍ରମାଣ ମିଳିଛି।