କେରଳରେ ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ
କେରଳମ୍ ୱାୟନାଡ଼ରୁ ଆସିଲା ଭୟଙ୍କର ଦୃଶ୍ୟ। ମାଡ଼ି ଆସିଲା ମାଟି ଅତଡ଼ା । ଭୂସ୍ଫଳନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ନିଖୋଜ ହୋଇଯାଇଛନ୍ତି। ଏବଂ ୮ଜଣ ଗୁରୁତର ହୋଇଛନ୍ତି।ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଲଗାତାର ପ୍ରବଳ ବର୍ଷା କାରଣରୁ ୱାୟାନାଡର ମେପ୍ପାଡି ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଛି । ୱାୟାନାଡ ଟନେଲ ନିର୍ମାଣ ସ୍ଥଳ ଏବଂ ମୀନାକ୍ଷୀ ପୁଲ ନିକଟରେ ପାହାଡ଼ର ଏକ ବଡ଼ ଅଂଶ ଭାଙ୍ଗି ପଡ଼ି ରାସ୍ତା ଓ ପାଖରେ ଥିବା ନଦୀରେ ଖସି ପଡ଼ିଛି । ଏହି ଦୁର୍ଘଟଣା ସମୟରେ ଶ୍ରମିକମାନେ ଟନେଲ ନିର୍ମାଣ କାମରେ ନିୟୋଜିତ ଥିଲେ ।ଗତ 24 ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ୨୬୫ ମିମି ବର୍ଷା ହୋଇଛି। ଏହା ସହିତ, ଗତକାଲିଠାରୁ ଏହି ସ୍ଥାନରେ କାର୍ଯ୍ୟ ବନ୍ଦ କରାଯାଇଥିବା ସୂଚନା ମିଳିଛି; ଭୂସ୍ଖଳନରେ ଫସିଥିବା ଲୋକମାନେ ସ୍ଥାନୀୟ ବାସିନ୍ଦା ଥିବା ଜଣାପଡିଛି।ଏହି ଘଟଣା ପୁଣି ଥରେ ୨୦୨୪ର ଭୟଙ୍କର ଭୂସ୍ଫଳନକୁ ମନେ ପକାଇଦେଇଛି। ଯେଉଁଥିରେ ପ୍ରାୟ ୩ଶହ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ମୁଣ୍ଡକ୍କଇ ମଧ୍ୟ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା।