ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ହୀରାକୁଦରେ ବଢୁଛି ଜଳସ୍ତର

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ଲଗାଣ ବର୍ଷା। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି | ଏହା ହେବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ । ବୈତରଣୀରେ ଯେଉଁ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି ତାହା ସ୍ୱାଭାବିକ ହୋଇଯିବ । ସେପଟେ ହୀରାକୁଦ ଜଳ ଭଣ୍ଡାରରେ ଜଳ ସ୍ତର ବଢ଼ୁଥିବାବେଳେ ବନ୍ୟା ସ୍ଥିତି ଆସି ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ। ହୀରାକୁଦ ଡ୍ୟାମରେ ଜଳଭଣ୍ଡାରର ଜଳସ୍ତର ୬୦୬.୧୨ ଫୁଟ ରହିଛି। ଗତଥର ଅପେକ୍ଷା ଏବେବି ୨/୩ ଫୁଟ୍ ତଳେ ଜଳସ୍ତର ଅଛି। କାଲି ସୁଦ୍ଧା ୨ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରିବ। ୯ ତାରିଖରେ ହୀରାକୁଦ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଡ୍ୟାମର କେତୋଟି ଗେଟ୍ ଖୋଲାହେବ ତାହା ଜଳସ୍ତର ଦେଖି ନିଷ୍ପତ୍ତି ନେବୁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।