ମାଳତୀପୁଟ ଯୁବକ ସଂଘ ପକ୍ଷରୁ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ପାଳିତ
**ଗଣିଆ (ବିଶ୍ୱରଂଜନ ସେଠି )ନୟାଗଡ଼ ଜିଲ୍ଲା ଗଣିଆ ସ୍ଥିତ ଆଡଭାନ୍ସ ଟ୍ୟୁଟୋରିଆଲ ପରିସରେ ମାଳତୀପୁଟ ଯୁବକ ସଂଘ ପକ୍ଷରୁ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉତ୍ସାହର ସହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ _My Bharat, Nayagarh_ ସହଯୋଗରେ “ଯୁବଶକ୍ତିକୁ ସଶକ୍ତ କରଣ, ବିକଶିତ ଭାରତ ଗଠନ” ଥିମ୍ ଅଧୀନରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ *ମୁଖ୍ୟ ଅତିଥି ଭାବେ ଇଂଲିଶ ଅଧ୍ୟାପକ ଶ୍ରୀ ଅଶୋକ କୁମାର ନାୟକ* ଏବଂ *ଦର୍ଶନ ଶାସ୍ତ୍ର ଅଧ୍ୟାପକ ଶ୍ରୀ ଅଞ୍ଜନ ମହାପାତ୍ର* ଯୋଗଦେଇଥିଲେ। ଅତିଥିମାନେ ଡ଼. ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରବାଦୀ ଚିନ୍ତାଧାରା ଏବଂ “ଏକ ଦେଶ, ଏକ ସମ୍ବିଧାନ, ଏକ ପତାକା” ର ଆଦର୍ଶ ବିଷୟରେ ଆଲୋକପାତ କରିଥିଲେ। ସେମାନେ କହିଲେ ଯେ ଡ଼. ମୁଖାର୍ଜୀ ଜଣେ ମହାନ ଶିକ୍ଷାବିତ, ପ୍ରତିଭାସମ୍ପନ୍ନ ସାଂସଦ ଏବଂ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ପ୍ରବଳ ସମର୍ଥକ ଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ଯୁବପିଢ଼ି ଦେଶ ଗଠନରେ ଅଗ୍ରଣୀ ଭୂମିକା ନେବା ଉଚିତ।କାର୍ଯ୍ୟକ୍ରମରେ ମୋଟ ୮୪ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ଅବସରେ ଡ଼. ମୁଖାର୍ଜୀଙ୍କ ଜୀବନୀ ଓ କୃତିତ୍ୱ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ପ୍ରତିଯୋଗିତାରେ *ପ୍ରଥମ*: ବଂଶୀତା ମହାରଣା *ଦ୍ୱିତୀୟ*: ବୀଣାପାଣୀ ରଣା *ତୃତୀୟ*: ବିଦୁସ୍ମିତା ବେହେରା ସ୍ଥାନ ଅଧିକାର କରିଥିଲେ। ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ସଂଘର ସଭାପତି ସନ୍ତୋଷ କୁମାର ମହାଖୁଡ଼ ସଭାପତିତ୍ୱ କରିଥିବା ବେଳେ ଉପସଭାପତି ବିରସ କୁମାର ମହାଖୁଡ଼, ସମ୍ପାଦକ ଦୀପକ କୁମାର ମହାଖୁଡ଼, ସହ ସମ୍ପାଦକ ସୁଜିତ୍ କୁମାର ପରିଡ଼ା, ସାଂସ୍କୃତିକ ସମ୍ପାଦକ ଅଜୟ କୁମାର ମହାଖୁଡ଼ ଏବଂ କୋଷାଧ୍ୟକ୍ଷ ସମୀର କୁମାର ମହାଖୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସମସ୍ତ ଛାତ୍ରଛାତ୍ରୀ ଦେଶପ୍ରେମ ଓ ଶୃଙ୍ଖଳାର ଶପଥ ଗ୍ରହଣ କରିଥିଲେ।