ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଦେଇଛି । ଆର୍ଥିକ ହେରଫେର ସହ ଜଡ଼ିତ ଏକ ମାମଲାରେ, ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁସାରେ ଟିଏମସିର ୪୪୦ କୋଟି ଟଙ୍କା ଫ୍ରିଜ୍ କରିଛି । ୪୪୦.୪୨ କୋଟି ଟଙ୍କା ତ୍ରୁଣମୂଳ କଂଗ୍ରେସର ତିନୋଟି ପ୍ରାଇଭେଟ୍ ବ୍ୟାଙ୍କ ଆକାଉଣ୍ଟରେ ଜମା ରହିଛି । ଅଧିକାରୀଙ୍କ ଅନୁସାରେ, ମଙ୍ଗଳବାର କୋଲକାତାର ପାଞ୍ଚଟି ସ୍ଥାନରେ ଚଢ଼ଉ କରାଯାଇଥିଲା ।ଅଧିକାରୀଙ୍କ କହିବା ଅନୁସାରେ, ଇଡିର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏପ୍ରିଲ ୨୦୨୩ରୁ ଜୁନ୍ ୨୦୨୬ ମଧ୍ୟରେ ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୧୬୦ କୋଟି ଟଙ୍କା ‘କେୟାରୱେଲ ଏଭିଏସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’ ଏବଂ ଏହା ସହ ଜଡ଼ିତ ଅନ୍ୟ ଏକ କମ୍ପାନିକୁ ଟ୍ରାନ୍ସଫର କରାଯାଇଥିଲା । ଅଭିଯୋଗ ହୋଇଛି ଯେ ଏହି କମ୍ପାନି ୨୦୨୩ରୁ ୨୦୨୬ ମଧ୍ୟରେ ୮୨.୯୬ କୋଟି ଟଙ୍କା ଏକ ନୂଆ କମ୍ପାନିକୁ ଟ୍ରାନ୍ସଫର କରିଥିଲା ।