ଭୁବନେଶ୍ବର ଆଜାଦନଗର ବୋମା ବିସ୍ଫୋରଣ ଘଟଣା, ୟୁପିରୁ ଆଉ ଜଣକୁ ଗିରଫ କଲା NIA

ଭୁବନେଶ୍ବର ଏୟାରଫିଲ୍ଡ ଥାନା ଆଜାଦ ନଗର ବୋମା ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ । ରୋହନ ରଞ୍ଜନ ରାଉତରାୟକୁ ଗିରଫ କଲା NIA । ରୋହନକୁ ୟୁପିରୁ ଗିରଫ କରାଯାଇଛି । ବୋମା ବିସ୍ଫୋରଣ ଲିଙ୍କରେ ଏନଆଇଏ ଟିମ୍ ଜାରି ରଖିଛି ଛାନଭିନ । ବୋମା ପାଇଁ ପ୍ରସ୍ତୁତ ବିସ୍ଫୋରକ ସପ୍ଲାଏ ପଛରେ ହାତ ଥିବା ସନ୍ଦେହ କରି ଉଠାଇ ଆଣି ଜେରା କରୁଛି ଟିମ୍ ।୨୦୨୬ ଜାନୁଆରୀ ୨୭ ତାରିଖରେ ଘଟିଥିଲା ବିସ୍ଫୋରଣ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦ ନଗରର ଏକ ଭଡ଼ାଘର ଛାତ ଉପରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା । ବୋମା ତିଆରି କଲାବେଳେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ଓରଫ୍ ମୁଫି ଏବଂ ମାଆ ଲିଜାତୁନ୍ ବିବି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଘଟଣାସ୍ଥଳରୁ ଗନପାଉଡର ଏବଂ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା । ଏପ୍ରିଲ ୬ରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ କରୁଛି ।ସେପଟେ ଏହି ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପଚରାଉଚରା କରିଛି NIA ।