ମୁର୍ଶିଦାବାଦରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା, ପାଣି ଭିତରେ ରହୁଛନ୍ତି ୧୬ ବର୍ଷୀୟ ଇକ୍ବାଲ
ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୧୬ ବର୍ଷୀୟ ଇକ୍ବାଲ ଶେଖ୍ ଦୀର୍ଘ ପ୍ରାୟ ୫ ବର୍ଷ ଧରି ପୋଖରୀ ପାଣିରେ ଅଧିକ ସମୟ ରହୁଥିବା ଦାବି କରାଯାଉଛି।
ଇକ୍ବାଲଙ୍କ କହିବା ଅନୁସାରେ, ପାଣିରୁ ବାହାରକୁ ଆସିଲେ ତାଙ୍କ ଶରୀରରେ ଜଳାପୋଡ଼ା ଭଳି ଅସୁବିଧା ଅନୁଭବ ହୁଏ। ଅନ୍ୟପଟେ ପାଣି ଭିତରକୁ ଗଲେ ସେ ଆରାମ ଅନୁଭବ କରନ୍ତି।
ପରିବାରର କହିବା ଅନୁସାରେ, ଦୀର୍ଘ ସମୟ ଧରି ପାଣିରେ ରହିବା କାରଣରୁ ଇକ୍ବାଲଙ୍କ ଚର୍ମରେ ମଧ୍ୟ ପ୍ରଭାବ ପଡ଼ିଛି।ତେବେ ଏହି ଘଟଣାର ପ୍ରକୃତ ଚିକିତ୍ସାଗତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା କୌଣସି ଜିନ୍ କିମ୍ବା ଯାଦୁ-ଟୋଣାର ପ୍ରଭାବ ବୋଲି କୁହାଯାଉଥିଲେ ମଧ୍ୟ ଏଭଳି ଦାବିର କୌଣସି ବୈଜ୍ଞାନିକ ପ୍ରମାଣ ମିଳିନାହିଁ।ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଏଭଳି ଅବସ୍ଥା ପଛରେ କୌଣସି ସ୍ୱାସ୍ଥ୍ୟଗତ କାରଣ ରହିଛି କି ନାହିଁ, ତାହା ଡାକ୍ତରୀ ପରୀକ୍ଷା ପରେ ହିଁ ସ୍ପଷ୍ଟ ହୋଇପାରିବ।