ସବୁଜିମା ନାଁରେ ଲୁଟ। କୋଟି କୋଟି ଟଙ୍କା ର ଝାଉଁ ଚାରା କୁଆଡେ ଗଲା
ପୁରୀ :- 11/08/2026-ସବୁଜିମା ବଢାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ଝାଉଁ ଚାରା ରୋପଣ କରି ସମୁଦ୍ର କୂଳକୁ ସୁରକ୍ଷିତ କରିବାର ବଡ ଯୋଜନା।କରିଥିଲେ ରାଜ୍ୟ ସରକାର ହେଲେ ଦୁଃଖ ପରିତାପର ବିସୟ ନା ଅଛି ଝାଉଁ ଗଛ ନା କରାଯାଇଛି ଝାଉଁ ଚାରା ରୋପଣ। କେବଳ କାଗଜପତ୍ର ରେ ସିମିତ ହୋଇଛି ଚାରା ରୋପଣ। ପୁରୀରୁ ଦେଖିବା ପ୍ରେସାଲ ରିପୋର୍ଟ। ଆମେ ଦେଖାଉଛୁ ପୁରୀ ଜିଲ୍ଲା ବନଖଣ୍ଡ ଅଧୀନ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ର ଚିତ୍ର ଦେଖିଲେ ଲାଗେ ସବୁଜିମା ନୁହେଁ, ଏଠି ହେଉଛି ସରକାରୀ ଟଙ୍କା ର ଲୁଟ୍। ୨୦୨୪-୨୫ ମସିହା ରେ ଛୁରୀଆନା ପଂଚାୟତ ର ସହନ ରୁ ଗଙ୍ଗାଦେବୀ ପର୍ଯ୍ୟନ୍ତ ସମୁଦ୍ର କୂଳ ଦେଇ ଝାଉଁ ଚାରା ରୋପଣ ହୋଇଥିଲା। କାଗଜ ପତ୍ର ରେ ସବୁ ଠିକ୍ ଅଛି। କୋଟି କୋଟି ଟଙ୍କା ବି ଉଠିସାରିଛି କାମ୍ପା ଓ ମନରେଗା ଯୋଜନା ରୁ।କିନ୍ତୁ ଜମି ବାସ୍ତବତା ରେ କ’ଣ ଅବସ୍ଥା ?

ରାସ୍ତା କଡରେ ସୁନ୍ଦର ଭାବରେ ଗଛ ଦେଖାଇ ଦେଲେ, ଆଉ ଭିତର ପାର୍ଶ୍ୱରେ ହଜାର ହଜାର ଚାରା ପାଣି ଅଭାବ ରୁ ଶୁଖି ମରିଯାଇଛି। ସ୍ଥାନୀୟ ଲୋକ ଙ୍କ ସିଧା ଅଭିଯୋଗ – ଦାୟିତ୍ୱ ରେ ଥିବା ବନପାଳ ଓ କିଛି ଅଧିକାରୀ ମିଶି ଟଙ୍କା ଆତ୍ମସାଥ କରିଛନ୍ତି। ଯେଉଁମାନେ କାମ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ କୁ ବି ଟଙ୍କା ଯାଇଛି।ସମୁଦ୍ର କୂଳକୁ ବାତ୍ୟା ରୁ ବଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। କିନ୍ତୁ ପୁରୀ ଜିଲ୍ଲା ବନଖଣ୍ଡ ଅଧୀନ ଅସ୍ତରଙ୍ଗ ରେ ସେହି ସବୁଜିମା ନାଁରେ ହେଉଛି ବଡ ଲୁଟ୍। ଛୁରୀଆନା ପଂଚାୟତ ଅନ୍ତର୍ଗତ ସହନ ରୁ ଗଙ୍ଗାଦେବୀ ପର୍ଯ୍ୟନ୍ତ ସମୁଦ୍ର କୂଳ। ଝାଉଁ ଜଙ୍ଗଲ ହିଁ ବନ୍ୟା ଓ ବାତ୍ୟା ରୁ ଆମକୁ ସୁରକ୍ଷା ଦେଇଥାଏ।୨୦୨୪-୨୫ ମସିହା ରେ ଏଠି ବନବିଭାଗ ତରଫରୁ ହଜାର ହଜାର ଝାଉଁ ଚାରା ରୋପଣ କରାଯାଇଥିଲା। ସରକାରୀ କାଗଜ ପତ୍ର ରେ ସବୁ ଠିକ ଅଛି।

CAMPA ଫଣ୍ଡ ରୁ କୋଟି କୋଟି ଟଙ୍କା, ମନରେଗା ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ହୋଇଛି ବୋଲି ଦେଖାଯାଇଛି। କିନ୍ତୁ ବାସ୍ତବତା ଭିନ୍ନ।୮୦ହଜାର ଉର୍ଦ୍ଧ ଝାଉଁ ଗଛ ଗଲା କୁଆଡେ।କାଗଜ ରେ ଯାହା ଦେଖାଯାଉଛି, ଜମି ବାସ୍ତବତା ରେ ତାହା ନାହିଁ।ରାସ୍ତା କଡରେ ଲୋକ ଦେଖିବା ପାଇଁ କିଛି ଗଛ ସୁରକ୍ଷିତ ଅଛି।କିନ୍ତୁ ଭିତର ପାର୍ଶ୍ୱରେ ପାଣି ନମିଳିବାରୁ ହଜାର ହଜାର ଝାଉଁ ଚାରା ଶୁଖି ମରିଯାଇଛି। ଏହା କ’ଣ ସବୁଜିମା ନାଁରେ ଠକେଇ ନୁହେଁ?CAMPA ଯୋଜନା ଓ ମନରେଗା ଲେବର କାର୍ଡ ରେ ଟଙ୍କା ଉଠିଥିଲେ ମଧ୍ୟ ବାସ୍ତବ ରେ ଆବଶ୍ୟକ ଯେଉଁମାନେ ଗୋଟେ ଦିନ ବି କାମ କରିନାହାନ୍ତି, ତାଙ୍କ ଆକାଉଣ୍ଟ କୁ ବି ଟଙ୍କା ଯାଇଛି । ପରେ ସେହି ଟଙ୍କା ବନ କର୍ମଚାରୀ ଓ କାମ କରିବାକୁ ଯାଇ ନଥିବା ଶ୍ରମିକ ମାନେ ଭାଗ ବଣ୍ଟା କରୁଛନ୍ତି।ଏ ଘଟଣା ସଂପର୍କ ରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର କହିଛନ୍ତି ବର୍ଷା ଯୋଗୁଁ ଗଛ ମରିଯାଇଛି।ଯଦି ଗଛ ମଲା ବନଖଣ୍ଡ ଅଧିକାରୀ କଣ କରୁଥିଲେ ବୋଲି ପ୍ରଶ୍ନ ଉଠୁଥିବା ବେଳେ ତୁରନ୍ତ ରାଜ୍ୟ ସରକାର ବା ଜଙ୍ଗଲ ବିଭାଗ ମନ୍ତ୍ରୀ ଦୃଷ୍ଟି ଆକର୍ଷଣ କରିବା ସହ ଲୁଟୁ କରିଥିବା ଅଧିକାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ପୁରୀରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ