ମାଣ୍ଡିଆ ଦିବସରେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ
ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାର ଆୟୋଜନ କରିବେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଆସନ୍ତା ୧୦ ଓ ୧୧ ତାରିଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ।ଏ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୂଚନା ଦେଇଛନ୍ତି । ଉତ୍ସବ ମାଧ୍ୟମାରେ ମାଣ୍ଡିଆର ପ୍ରଚାର ପ୍ରଶାର ସାଙ୍ଗକୁ ବିଶ୍ୱ ବଜାରରେ ମାଣ୍ଡିଆ ଯେପରି ପହଞ୍ଚି ପାରିବ ସେନେଇ ଉଦ୍ୟମ କରାଯିବ ବୋଲି ସୂଚନା ମିଳିଛି।
